ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାକୁ ଅନୁମତି । କୋରୋନା କଟକଣା ଭିତରେ ପାଳନ ହେବ ଚନ୍ଦନ ଯାତ୍ରା । ଲକଡାଉନ ବଳବତ୍ତର ଥିବାରୁ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଆସନ୍ତା ୧୫ ତାରିଖ ଅକ୍ଷୟ ତୃତୀୟା ଦିନ ଚନ୍ଦନ ଯାତ୍ରା ହେବ । ମହାପ୍ରଭୁଙ୍କ ନୀତିକାନ୍ତି, ଯାତ୍ରାକୁ ସମାପନ କରିବା ପାଇଁ କେବଳ ୧୫ ଜଣ ସେବାୟତଙ୍କୁ ଅନୁମତି ଦେଲା ବିଏମସି ।
ମନ୍ଦିର ପ୍ରଶାସନ ପକ୍ଷରୁ ୧୫ ଜଣ ସେବାୟତଙ୍କ ତାଲିକା ପ୍ରଦାନ କରାଯିବ । ସେମାନଙ୍କ ୪୮ ଘଣ୍ଟା ପୂର୍ବରୁ କୋରୋନା ଆରଟିପିସିଆର ଟେଷ୍ଟ କରାଯାଇ ନେଗେଟିଭ ରିପୋର୍ଟ ମନ୍ଦିର କର୍ତ୍ତୃପକ୍ଷ ବିଏମସିକୁ ପ୍ରଦାନ କରିବେ । ଭୁବନେଶ୍ୱର ମହାନଗର ନିଗମ ସହାୟତାରେ ଡଙ୍ଗାକୁ ବିଶୋଧନ କରାଯିବ ।