ଓଡିଶା

odisha

ETV Bharat / city

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ବିଜେପି-ବିଜେଡି ଦୋଷ ଲଦାଲଦି - permanent high court bench demand

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଏହି ବନ୍ଦ ପାଳନକୁ ନେଇ ପରସ୍ପରକୁ ଦୋଷ ଲଦାଲଦି ହୋଇଛନ୍ତି ଉଭୟ ବିଜେପି ଓ ବିଜେଡି । ଅଧିକ ପଢନ୍ତୁ...

permanent high court bench demand
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ବିଜେପି-ବିଜେଡି ଦୋଷ ଲଦାଲଦି

By

Published : Feb 5, 2020, 7:38 PM IST

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ ହେଉଛି । ପଶ୍ଚିମ ଓଡିଶାର ସମସ୍ତ ବାର ଆସୋସିଏସନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ା ସହରରେ ଆଜି (ବୁଧବାର) ଦୋକାନ-ବଜାର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ ରଖାଯାଇଛି । ଏପଟେ ବନ୍ଦ ପାଳନକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଯାଇଛି ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ବିଜେପି-ବିଜେଡି ଦୋଷ ଲଦାଲଦି

ବିଜେଡି ନେତା ତଥା ବିଧାୟକ କିଶୋର ମହାନ୍ତି କହିଛନ୍ତି, ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ବିଜେଡି ସମର୍ଥନ କରୁଛି । କିନ୍ତୁ ବନ୍ଦ ଡାକରା ବିଜେଡି ଦେଇନାହିଁ । ଏନେଇ ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ, ନ୍ୟାୟ ପାଇବା ପାଇଁ ଏହି ବନ୍ଦକୁ ସମର୍ଥନ କରୁଛି ।

୪ଟି ବିଷୟରେ ରାଜ୍ୟ ସରକାର ତଥ୍ୟ କେନ୍ଦ୍ରକୁ ଦେବାକଥା, ଏନେଇ କେନ୍ଦ୍ର ଆଇନମନ୍ତ୍ରୀ ରାଜ୍ୟକୁ ତିନି ଥର ଚିଠି ଲେଖିସାରିଲେଣି । ହେଲେ ଦୁର୍ଭାଗ୍ୟ ୭ରୁ ୮ ବର୍ଷ ହେବ ଏହାର କୈଣସି ସମାଧାନ ରାଜ୍ୟ ସରକାର କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details