ଓଡିଶା

odisha

By

Published : Jan 3, 2021, 8:26 AM IST

ETV Bharat / city

ଆଜିଠୁ ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁର; ‘ଭୂମିଜ’ଙ୍କ ବିଷୟରେ ଜାଣିବେ ପର୍ଯ୍ୟଟକ

ରାଜ୍ୟ ଜନଜାତି ସଂଗ୍ରହାଳୟର ଆଜି ଠାରୁ ଭର୍ଚୁଆଲ ଟୁର । ଫେସବୁକ୍ ଓ ଟୁଇଟର ପେଜ୍ @stscdev, @scstrti ମାଧ୍ୟମରେ‘ଭୂମିଜ’ ଜନଜାତିଙ୍କ ଜୀବନଶୈଳୀ ସହିତ ତାଙ୍କ ପରମ୍ପରା ଓ ସଂସ୍କୃତି ଜାଣିପାରିବେ ପର୍ଯ୍ୟଟକ । ଅଧିକ ପଢନ୍ତୁ...

ଆଜି ଠୁ ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁର
ଆଜି ଠୁ ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁର

ଭୁବନେଶ୍ବର: ଆଜି ଠାରୁ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସିଆରପି ଛକ ସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ମୋଡରେ କରିବାକୁ ବ୍ୟବସ୍ଥା କରାଯାଇଛି । ଫେସବୁକ୍ ଓ ଟୁଇଟର ପେଜ୍ @stscdev, @scstrti ମାଧ୍ୟମରେ‘ଭୂମିଜ’ ଜନଜାତିଙ୍କ ଜୀବନଶୈଳୀ ସହିତ ତାଙ୍କ ପରମ୍ପରା ଓ ସଂସ୍କୃତି ଜାଣିପାରିବେ ପର୍ଯ୍ୟଟକ । ଏନେଇ ଏସସିଏସଆରଟିଆଇ ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ ସୂଚନା ଦେଇଛନ୍ତି ।

ଆଜି ଠୁ ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁର
ଆଜି ଠୁ ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁର

‘ଭୂମିଜ’ ଜନଜାତିର ଲୋକମାନେ ମୁଖ୍ୟତଃ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଢେଙ୍କାନାଳ ଜିଲ୍ଲାରେ ବସବାସ କରିଥାନ୍ତି । କୃଷି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସେମାନଙ୍କ ମୁଖ୍ୟ ପେଶା । ସେମାନେ ଅନ୍ୟାନ୍ୟ ଜନଜାତି ଗୋଷ୍ଠୀଙ୍କ ସହ ଏକତ୍ର ବସବାସ କରିଥାନ୍ତି ।

‘ଭୂମିଜ’ ଜନଜାତିଙ୍କ ବେଶପୋଷାକ ହିନ୍ଦୁ ଓ ଅନ୍ୟାନ୍ୟ ଜନଜାତିଙ୍କ ଦ୍ବାରା ପ୍ରଭାବିତ ହୋଇଥାନ୍ତି । “ଭୂମିଜ' ଜନଜାତି ପୁରୁଷମାନେ ଧୋତି ଓ ଗାମୁଛା ସହ ସାର୍ଟ ପରିଧାନ କରିଥାନ୍ତି । ସେହିଭଳି ମହିଳାମାନେ ଶାଢ଼ି ଓ ବ୍ଲାଉଜ ପିନ୍ଧନ୍ତି । ପାରମ୍ପରିକ ଭାବେ ସେଗୁଡିକ ସୂତା ବସ୍ତ୍ର ଓ ନାଲି କମ୍ ନୀଳ ଧଡି ଥାଇ ପ୍ରସ୍ତୁତ ହୋଇଥାଏ ।

ମହିଳାମାନେ ନାକଚଣା, ମାଳିରେ ତିଆରି ହାର, ଆର୍ମଲେଟ୍, ଚୁଡ଼ି ଆଦି ସ୍ଥାନୀୟ ବଜାରରୁ କିଣି ପିନ୍ଧିଥାନ୍ତି । ସେଗୁଡିକ ମଧ୍ୟରୁ ଅଧୂଶ ଗହଣା ବ୍ୟୟବହୁଳ । ଅଧିକାଂଶ ଧାତୁ ମଧ୍ୟରୁ ରୂପା ତିଆରି ଗହଣା ମଧ୍ୟ “ଭୂମିଜ ଜନଜାତିର ମହିଳାମାନେ ପରିଧାନ କରିଥାନ୍ତି ।‘ଭୂମିଜ’ ଜନଜାତି ଗୋଷ୍ଠୀ ଏକ ସ୍ଵତନ୍ତ୍ର ସାମାଜିକ-ଧାର୍ମିକ ବିଶ୍ବାସକୁ ଅନୁସରଣ କରିଥାନ୍ତି । ବିଭିନ୍ନ ପ୍ରାକୃତିକ ବସ୍ତୁ ଯେପରିକି ଘୋଡା, ପଦ୍ମ, ସର୍ଷ, ପୃଥିବୀ ଆଦିଙ୍କୁ ନେଇ ଏହି ‘ଭୂମିଜ’ ଜନଜାତି ୧୫ଟି ଗୋଷ୍ଠୀରେ ବିଭକ୍ତ ହୋଇଥାନ୍ତି । “ସିଙ୍ଗ୍ ବଙ୍ଗା’ ସେମାନଙ୍କର ମୁଖ୍ୟ ଦେବତା । ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କ ‘ପ୍ରତୀକ ଅନୁଯାୟୀ ବିଭିନ୍ନ ପ୍ରଥାକୁ ମାନିଥାନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details