ଓଡିଶା

odisha

ETV Bharat / city

ଏଣିକି ହେବ ରାପିଡ୍‌ ଟେଷ୍ଟ, ନେଗେଟିଭ୍‌ ବାହାରିଲେ ଘରକୁ ଯିବେ ଲୋକେ

ଏଣିକି ଲୋକଙ୍କର ହେବ ରାପିଡ୍‌ ଟେଷ୍ଟ । ଟେଷ୍ଟ ପରେ ନେଗେଟିଭ୍‌ ଆସିଲେ କ୍ବାରେଣ୍ଟାଇନରେ ନରଖାଯାଇ ତାଙ୍କୁ ତାଙ୍କ ଘରକୁ ପଠାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

By

Published : Apr 10, 2020, 7:24 PM IST

People will have Rapid Test
ଲୋକଙ୍କର ହେବ ରାପିଡ୍‌ ଟେଷ୍ଟ, ନେଗେଟିଭ୍‌ ବାହାରିଲେ ଘରକୁ ଯିବେ

ଭୁବନେଶ୍ବର: ଏଣିକି ଲୋକଙ୍କର ହେବ ରାପିଡ୍‌ ଟେଷ୍ଟ । ଟେଷ୍ଟ ପରେ ନେଗେଟିଭ୍‌ ଆସିଲେ କ୍ବାରେଣ୍ଟାଇନରେ ନରଖାଯାଇ ତାଙ୍କୁ ତାଙ୍କ ଘରକୁ ପଠାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ଲୋକଙ୍କର ହେବ ରାପିଡ୍‌ ଟେଷ୍ଟ, ନେଗେଟିଭ୍‌ ବାହାରିଲେ ଘରକୁ ଯିବେ

ସେହିପରି ପାଖାପାଖି 2 ଲକ୍ଷ ଲୋକଙ୍କ ରାପିଡ୍‌ ଟେଷ୍ଟ ହେବ । ଫଳରେ ସେଥିମଧ୍ୟରୁ ଯେତିକି ପଜେଟିଭ୍‌ ବାହାରିବେ ସେମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଇ ପାରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ନେଗେଟିଭ୍‌ ଆସୁଥିବା ଲୋକଙ୍କୁ ଘରକୁ ପଠାଯିବ । ସରକାରୀ ଗୃହରେ ରହିଲେ ବିଭିନ୍ନ ସମସ୍ୟାର ସେମାନେ ସମ୍ମୁଖୀନ ହେଉଥିବାରୁ ଏହି ରାପିଡ୍‌ ଟେଷ୍ଟକୁ ସରକାର ଆପଣାଇବେ ବୋଲି ସେ ଦର୍ଶାଇଛନ୍ତି ।

ସେପଟେ ରାଜ୍ୟରେ ଦିନ 12 ଟା ସୁଦ୍ଧା 3249 ନମୂନା ରିପୋର୍ଟ ଆସିଥିବାବେଳେ ସେଥିମଧ୍ୟରୁ 48 ପଜେଟିଭ୍‌ ରିପୋର୍ଟ ଆସିଛି । ଏମାନଙ୍କ ମଧ୍ୟରୁ 2 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ 113 ଜଣ ସନ୍ଦିଗ୍ଧଙ୍କୁ ହସ୍ପିଟାଲରେ ରଖାଯାଇଛି ବୋଲି ସେ ଦର୍ଶାଇଛନ୍ତି ।

ଅନ୍ୟପକ୍ଷରେ ଭାରତରେ 144910 ଟି ଟେଷ୍ଟ କରାଯାଇଥିବାବେଳେ 6412 ଟି ପଜେଟିଭ୍‌ ଆସିଛି । ଯାହାର ପ୍ରତିଶତ ହେଲା 4.42। ଓଡିଶାରେ 3249 ସାମ୍ପୁଲ ଟେଷ୍ଟ କରାଯାଇଥିବାବେଳେ 48 ଟି ପଜେଟିଭ ଆସିଛି । ଯାହାର ପ୍ରତିଶତ 1.47 ରହିଛି ବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦର୍ଶାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details