ଭୁବନେଶ୍ବର: ରାଜ୍ୟରେ ପ୍ରତ୍ୟେକ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେପଟେ ପଶ୍ଚିମବଙ୍ଗ ଫେରନ୍ତା ସରକାରଙ୍କ ଚିନ୍ତା ବଢାଇଛି । ଏଥିପାଇଁ ଯେଉଁମାନେ ବି ପଶ୍ଚିମବଙ୍ଗରୁ ଫେରିଛନ୍ତି ସେମାନେ ନିଜର ତଥ୍ୟ ନ ଲୁଚାଇ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଅପିଲ କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଏହାସହ ଟ୍ବିଟରେ ଆହୁରୀ ମଧ୍ୟ କୁହାଯାଇଛି ଯେ, ସ୍ବ ଇଚ୍ଛାରେ ପଶ୍ଚିମବଙ୍ଗ ଫେରନ୍ତା ପରୀକ୍ଷଣ ପାଇଁ ଆସିବା ଦରକାର । ସେମାନେ ସୁସ୍ଥ ଦେଖାଯାଇପାରନ୍ତି କିନ୍ତୁ ପର ମୂହୂର୍ତ୍ତରେ କୋରୋନା ଆକ୍ରାନ୍ତ ହୋଇପାରନ୍ତି । ଯେଉଁମାନେ ପରେ ସଂକ୍ରମଣ ବ୍ୟାପିବାରେ ଗୋଟିଏ ଗୋଟିଏ କାରଣ ପାଲଟିଥାନ୍ତି ।
ଏହି କୋରୋନା ଟେଷ୍ଟ ନିଃଶୁଳ୍କ ଅଟେ । ସେଥିପାଇଁ ସମସ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଏହା ପରାମର୍ଶ ଦିଆଯାଉଛି ଯେ ସେମାନେ ସ୍ଥାନୀୟ ବିଡିଓ, ତହସିଲଦାର, କିମ୍ବା ସରପଞ୍ଚଙ୍କ ସହ ଯୋଗାଯୋଗ କରନ୍ତୁ ଏବଂ ନିଜକୁ ସଙ୍ଗରୋଧରେ ରଖନ୍ତୁ ।