ଭୁବନେଶ୍ବର: ଏଣିକି ଅନଲାଇନରେ ମିଳିବ ଜନ୍ମ-ମୃତ୍ୟୁ ପଞ୍ଜୀକରଣ ସାର୍ଟିଫିକେଟ । ଆବେଦନ କରିବା ସହ ସାର୍ଟିଫିକେଟ ମଧ୍ୟ ଅନଲାଇନରେ ମିଳିପାରିବ । ନୂଆବର୍ଷରୁ ଏହି ସେବା ଆରମ୍ଭ ହେବାକୁ ଥିବା ବେଳେ ଘରେ ବସି ଏହି ସେବା ପାଇପାରିବେ ଲୋକେ । ଏପରି ସେବା ଯୋଗାଇବାରେ ଦେଶରେ ଓଡି଼ଶା ପ୍ରଥମ ବୋଲି ଜଣାପଡ଼ିଛି ।
ଲୋକମାନେ www.birthdeath.odisha.gov.in ସାଇଟକୁ ଯାଇ ଆବେଦନ କରି ପାରିବେ । ଜନ୍ମ ଓ ମୃତ୍ୟୁର 21 ଦିନ ମଧ୍ୟରେ ଜଣେ ନାଗରିକ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରି ଏହି ସୁବିଧା ହାସଲ କରିପାରିବେ । 21 ଦିନ ପରେ ଆବେଦନ କଲେ 2 ଟଙ୍କା ଫାଇନ ଲାଗିବ ଏବଂ ଯଦି ୧ ମାସରୁ ବର୍ଷେ ଲାଗିଲା ତେବେ CDMO ଏହାର ଅନୁମତି ଦେବା ସହ 7 ଟଙ୍କା ଫାଇନ ଲଗାଇବେ ।