ଓଡିଶା

odisha

ETV Bharat / city

ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା, ରାଜନୈତିକ ଦଳ ମାତିଛନ୍ତି ରାଜନୀତିରେ - ଓଡିଶା ବନ୍ୟା ରାଜନୀତି

ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ଏହି ବନ୍ୟା ହେଉଛି ସରକାରକୃତ ବନ୍ୟା । ମହାନଦୀ ଯେଉଁ ଜାଗାରୁ ବାହାରିଛି ହୀରାକୁଦ ବନ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳରେ ଓଡିଶା ସରକାରଙ୍କ ଲୋକ ଅଛନ୍ତି । ଛତିଶଗଡରୁ ପାଣି ଆସିବ ସରକାର ତ ଜାଣିଥିଲେ । କାହିଁକି ପଦକ୍ଷେପ ଗ୍ରହଣ କଲେନାହିଁ ? ଅଧିକ ପଢନ୍ତୁ

ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା, ରାଜନୀତି ଦଳ ମାତିଛନ୍ତି ରାଜନୀତିରେ
ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା, ରାଜନୀତି ଦଳ ମାତିଛନ୍ତି ରାଜନୀତିରେ

By

Published : Aug 22, 2022, 8:38 PM IST

ଭୁବନେଶ୍ବର: ସାରା ରାଜ୍ୟରେ ବନ୍ୟା । ଲକ୍ଷ ଲକ୍ଷ ଲୋକ ଏବେ ବନ୍ୟା ବିପନ୍ନ (people suffering from severe flood ) । କାହାର ସର୍ବସ୍ବ ଶେଷ ହୋଇଯାଇଛି ତ, କାହାର ମୁଣ୍ଡରୁ ଛାତ ଉଜୁ଼ଡି ଯାଇଛି । ପୁଣି କିଏ ସରକାରୀ ସହାୟତକୁ ଅପେକ୍ଷା କରିଛି । ଉପରୁ ବର୍ଷା, ତଳେ ବନ୍ୟାଜଳ । ତାରି ମଝିରେ ସନ୍ଥି ହେଉଛନ୍ତି ବିପନ୍ନ । ଏପରି ସ୍ଥିତିରେ ଲୋକଙ୍କ ଦୁର୍ଦ୍ଦଶା କମିବା ବଦଳରେ ବଢିଚାଲିଛି । ଆଉ ସରକାରୀ ଦଳ ବିରୋଧୀ ଦଳ ଆରୋପ ପ୍ରତ୍ୟାରୋପରେ ମାତିଛନ୍ତି । ବିପନ୍ନ କେମିତି ଅଛନ୍ତି ପଚାରେ କିଏ ?

ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା, ରାଜନୀତି ଦଳ ମାତିଛନ୍ତି ରାଜନୀତିରେ

ଆଜି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ଏହି ବନ୍ୟା ହେଉଛି ସରକାରକୃତ ବନ୍ୟା । ମହାନଦୀ ଯେଉଁ ଜାଗାରୁ ବାହାରିଛି ହୀରାକୁଦ ବନ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ଅଞ୍ଚଳରେ ଓଡିଶା ସରକାରଙ୍କ ଲୋକ ଅଛନ୍ତି । ଛତିଶଗଡରୁ ପାଣି ଆସିବ ସରକାର ତ ଜାଣିଥିଲେ । କାହିଁକି ପଦକ୍ଷେପ ଗ୍ରହଣ କଲେନାହିଁ ? ଏକା ସାଙ୍ଗରେ 32 ଟି ଗେଟ ଖୋଲିଲେ । ଏମିତି କରି ଅଯଥା ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛନ୍ତି ସରକାର । ବନ୍ୟା ପାଇଁ ସମ୍ପୂର୍ଣ୍ଣ ଭାବେ ହୀରାକୁଦ ଡ୍ୟାମ ପରିଚାଳନାରେ ତ୍ରୁଟି ହୋଇଛି । ଏଥିପାଇଁ ରାଜ୍ୟ ସରକାର ଦାୟୀ। ରାଜ୍ୟ ମଧ୍ୟରେ ସମନ୍ବୟ ଅଭାବରୁ ନଦୀ ମାନଙ୍କରେ ଯେଉଁ ପାଣି ଆସୁଛି ତାହା ଠିକ ଭାବେ ପରିଚାଳନା ହୋଇପାରନ୍ତା ।

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି କେବଳ ମିସ ମ୍ୟାନେଜମେଣ୍ଟ ପାଇଁ ଏହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସରକାର 22 ବର୍ଷ ଭିତରେ ଚେକ ଡ୍ୟାମ କରିପାରିଲେ ନାହିଁ । ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । କେତେ ଡ୍ୟାମ ଖୋଲିଲେ କେତେ ପାଣି ଆସିବ ସରକାର ଆକଳନ କରିପାରିନାହାଁନ୍ତି । ଇବ ତେଲ ମହାନଦୀରେ କେତେ ପାଣି ଆସିଲେ କେଉଁ ଅଞ୍ଚଳ ବୁଡିବ ସରକାର ଜାଣିପାରୁନାହାଁନ୍ତି । ସରକାରଙ୍କ ଅନଭିଜ୍ଞତା କାରଣରୁ ରାଜ୍ୟରେ ବନ୍ୟା ହୋଇଛି । ଏକା ଥରେ 30 ଗେଟ ଖୋଲିବା କେତେ ଦୂର ଠିକ ବୋଲି ଶରତ ପ୍ରଶ୍ନ ଉଠାଇଛନ୍ତି । ଖାଲି ଆକାଶ ମାର୍ଗରେ ବୁଲି ଆସିଲେ ଲୋକଙ୍କ ଦୁର୍ଦ୍ଦଶା କମିବ ନାହିଁ ବୋଲି କହିଛନ୍ତି ଶରତ । ଏହାସହ ବିପନ୍ନଙ୍କୁ ବନ୍ୟା ପରବର୍ତ୍ତୀ ସହାୟତା ଦେବାରେ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details