ଓଡିଶା

odisha

By

Published : May 6, 2021, 1:33 PM IST

ETV Bharat / city

'କୋରୋନାର ଥାର୍ଡ ଓ୍ଵେଭ ନେଇ ଲୋକଙ୍କୁ ଡରାଇବା ଅନୁଚିତ'

କୋରୋନାର ଥାର୍ଡ ଓ୍ଵେଭ ନେଇ ଲୋକଙ୍କୁ ଡରାଇବା ଅନୁଚିତ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର କହିଛନ୍ତି। ଅଧିକ ପଢନ୍ତୁ...

'କୋରୋନାର ଥାର୍ଡ ଓ୍ଵେଭ ନେଇ ଲୋକଙ୍କୁ ଡରାଇବା ଅନୁଚିତ'
'କୋରୋନାର ଥାର୍ଡ ଓ୍ଵେଭ ନେଇ ଲୋକଙ୍କୁ ଡରାଇବା ଅନୁଚିତ'

ଭୁବନେଶ୍ବର: ଦେଶ ସମେତ ରାଜ୍ୟରେ ତାଣ୍ଡବ କରୁଛି କୋରୋନା ମହାମାରୀର ଦ୍ବିତୀୟ ଲହର । ଏଥିରେ ଅନେକ ପରିବାରର ମେରୁଦଣ୍ଡ ଭାଙ୍ଗିପଡୁଥବା ବେଳେ ନିଜ ଆତ୍ମୀୟସ୍ବଜନଙ୍କୁ ହରାଉଛନ୍ତି ଅନେକ । କୋରୋନାର 2ୟ ୱେଭର କୋପ କମିନଥିବା ବେଳେ ଆସିଲାଣି ଥାର୍ଡ ୱେଭ । ତେବେ ଏହି ଥାର୍ଡ ୱେଭ ଲାଗି ଲୋକମାନଙ୍କୁ ଡରାଇ ଲୋକଙ୍କୁ ବିଷାଦଗ୍ରସ୍ତ କରିବା ଅନୁଚିତ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର କହିଛନ୍ତି ।

'କୋରୋନାର ଥାର୍ଡ ଓ୍ଵେଭ ନେଇ ଲୋକଙ୍କୁ ଡରାଇବା ଅନୁଚିତ'

ଲୋକମାନଙ୍କୁ ଡରାଇବା ଦ୍ବାରା ସେମାନେ ମାନସିକ ଭାବେ ଦୁର୍ବଳ ହୋଇଯିବେ। ବର୍ତ୍ତମାନ ଆମେ ସେକେଣ୍ଡ ଓ୍ଵେଭ ସହ ଲଢୁଥିବା ବେଳେ ଏଥିରୁ ନିଜକୁ କେମିତି ମୁକଳାଇବା ସେଥି ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ। ସେହିପରି ଭାରତର ରାଜ୍ୟଗୁଡିକରେ କୋରୋନା ଓ୍ଵେଭ ପ୍ରଭାବରେ ଦୈନିକ ସଂକମଣ ହାରାହାରି ୩୦ ହଜାରରୁ ଅଧିକ ରହୁଛି। ତେଣୁ ଆଗକୁ ଓଡିଶାରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହୋଇପାରେ, ସେଥିରେ କୌଣସି ସନ୍ଦେହ ନାହିଁ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର କହିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details