ଭୁବନେଶ୍ବର: କିଏ ଉପାନ୍ତ ଇଲାକାରେ କାମ କରିବାର ସ୍ବପ୍ନ ରଖିଛି ତ ଆଉ କିଏ ଲୋକଙ୍କ ସହ ଯଡିତ ହୋଇ କାମ କରିବାକୁ ଇଚ୍ଛା ପ୍ରକାଶ କରୁଛି । ଗତ 6 ତାରିଖ ବାହାରି ଥିବା ଓଡ଼ିଶା ପ୍ରଶାସନିକ ସେବା 2018ର ରେଜଲ୍ଟ ପରେ ଏହି ପରି ଆଶା ରଖିଛନ୍ତି ଦୁଇ ଓଏସ ମଧୁସ୍ମିତା ସାମଲ ଓ ହରେକୃଷ୍ଣ ସାହୁ ।
‘ଲୋକଙ୍କ ସେବାରେ ନିଜକୁ କରିବୁ ନିୟୋଜିତ' - ହରେକୃଷ୍ଣ ସାହୁ
କିଏ ଉପାନ୍ତ ଇଲାକାରେ କାମ କରିବାର ସ୍ବପ୍ନ ରଖିଛି ତ ଆଉ କିଏ ଲୋକଙ୍କ ସହ ଯଡିତ ହୋଇ କାମ କରିବାକୁ ଇଚ୍ଛା ପ୍ରକାଶ କରୁଛି । ଅଧିକ ପଢନ୍ତୁ..
‘ଲୋକଙ୍କ ସେବାରେ ନିଜକୁ କରିବୁ ନିୟୋଜିତ'
ମଧୁସ୍ମିତାଙ୍କ ଘର ଯାଜପୁର ହୋଇ ଥିବାବେଳେ ହରେକୃଷ୍ଣଙ୍କ ଘର ରାଉରକେଲା । ବର୍ତ୍ତମାନ ଦୁହେଁ ଭୁବନେଶ୍ବରରେ ପାଠ ପଢୁଥିବାର କହିଛନ୍ତି । ମଧୁସ୍ମିତା 149 ର୍ୟାଙ୍କରେ ଥିବାବେଳେ ପିଲାଦିନରେ ପଢ଼ୁଥିବା ଜାଗା ନବରଙ୍ଗପୁରରେ କାମ କରିବାକୁ ପସନ୍ଦ ରଖିଛନ୍ତି । ଅନ୍ୟପଟେ ହରେକୃଷ୍ଣ 109 ର୍ୟାଙ୍କରେ ଥିବାବେଳେ ଆଗାମୀ ଦିନରେ ଲୋକଙ୍କ ସହ ଯୋଡି ହୋଇ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ
Last Updated : Jan 8, 2020, 11:46 AM IST