ଭୁବନେଶ୍ବର : ଚଳିତ ବନ୍ୟା ମୁକାବିଲା କରିବାରେ ସରକାର ଫେଲ ମାରିଛନ୍ତି । ଗାଁମାନଙ୍କରେ ପାଣି ରହିଥିବାବେଳେ ଲୋକଙ୍କୁ ସରକାର ରିଲିଫ ଯୋଗାଉନାହାନ୍ତି । ସରକାରୀ ଅଧିକାରୀ ହାତ ବାନ୍ଧି ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ।
ବିଜେପି ଆଣିଥିବା ବନ୍ୟା ମୁକାବିଲା ଫେଲ ଅଭିଯୋଗକୁ ସମର୍ଥନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ । ବନ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ । ବନ୍ୟା ବିପନ୍ନ ଲୋକଙ୍କୁ ରିଲିଫ ଯୋଗାଇ ଦେବାରେ ମଧ୍ୟ ବିଫଳ ହୋଇଛନ୍ତି । ଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ହାତ ବାନ୍ଧି ବସିଛନ୍ତି । ଏବେବି ଅନେକ ଗାଁ ଜଳ ବନ୍ଦୀ ଭିତରେ ଅଛନ୍ତି । ଲୋକେ ପିଇବା ପାଣି ପାଉ ନାହାଁନ୍ତି । ଘରେ ଚୁଲି ଜଳୁ ନାହିଁ । ଔଷଧ ନାହିଁ ।