ଓଡିଶା

odisha

ETV Bharat / city

ବସ୍ତି ଉଚ୍ଛେଦକୁ ବିରୋଧ, ଧାରଣାରେ ବସିଲେ ବସ୍ତିବାସିନ୍ଦା - eviction

ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଲେ ନୀଳମାଧବ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏର ମିଳିତ ଉଦ୍ୟମରେ ହୋଇଥିବା ଏହି ଉଚ୍ଛେଦକୁ ବସ୍ତିବାସିନ୍ଦା ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବସ୍ତି ଉଚ୍ଛେଦ ହେଉଥିବାବେଳେ ଅନେକ ଲୋକ ଯୋଜନାର ଅର୍ନ୍ତଭୁକ୍ତ ହୋଇନଥିବାର ଅଭିଯୋଗ କରି ଉଚ୍ଛେଦକୁ ବିରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Feb 27, 2019, 8:19 PM IST

ଭୁବନେଶ୍ବର: ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଲେ ନୀଳମାଧବ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏର ମିଳିତ ଉଦ୍ୟମରେ ହୋଇଥିବା ଏହି ଉଚ୍ଛେଦକୁ ବସ୍ତିବାସିନ୍ଦା ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବସ୍ତି ଉଚ୍ଛେଦ ହେଉଥିବାବେଳେ ଅନେକ ଲୋକ ଯୋଜନାର ଅର୍ନ୍ତଭୁକ୍ତ ହୋଇନଥିବାର ଅଭିଯୋଗ କରି ଉଚ୍ଛେଦକୁ ବିରୋଧ କରାଯାଇଛି ।

ବସ୍ତି ଉଚ୍ଛେଦ ସହ ବାସିନ୍ଦାଙ୍କୁ ଟ୍ରାଞ୍ଚିଟ ହାଉସ ଯିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଆଜି (ବୁଧବାର) ଉଚ୍ଛେଦ ପାଇଁ ପୋଲିସ କର୍ମୀଙ୍କ ସହ ବିଡିଏ ଓ ବିଏମସିର କର୍ମଚାରୀ ବୁଲଡୋଜର ଆଣି ପହଞ୍ଚିଥିବାବେଳେ ଲୋକେ ସେମାନଙ୍କୁ ବସ୍ତି ଭିତରକୁ ପଶିବାକୁ ଦେଇନାହାଁନ୍ତି । ଏହାସହ ରାସ୍ତାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇଥିବା ଦର୍ଶାଇବା ସହ ସେମାନଙ୍କୁ ସାମିଲ କରାନଗଲେ ବିରୋଧ ଜାରି ରହିବ ବୋଲି ବସ୍ତିବାସିନ୍ଦା ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details