ଓଡିଶା

odisha

ETV Bharat / city

‘ସହଯୋଗର ହାତ ବଢାନ୍ତୁ ରାଜ୍ୟବାସୀ, ପାଳନ୍ତୁ ଜନତା କର୍ଫ୍ୟୁ’

ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ବାର୍ତ୍ତାକୁ ଓଡିଶାବାସୀଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିନ ସମ୍ମିଳନୀ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ ...

corona virus update, corona virus news, janata curfew, janata curfew in odisha, sameer mohanty press conference, ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ, ଓଡିଶାରେ ଜନତା କର୍ଫ୍ୟୁ, କୋରୋନା ଭାଇରସ ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
‘ସହଯୋଗର ହାତ ବଢାନ୍ତୁ ରାଜ୍ୟବାସୀ, ପାଳନ୍ତୁ ଜନତା କର୍ଫ୍ୟୁ’

By

Published : Mar 20, 2020, 5:32 PM IST

ଭୁବନେଶ୍ବର: କୋରୋନା ପରିସ୍ଥିତିର ମୁକାବିଲା ନେଇ ଦେଶବାସୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁବାର ସଚେତନତା ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ସେ ଆସନ୍ତା 22 ତାରିଖ, ରବିବାର ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଆହ୍ବାନ ଦେଇଥିଲେ । ଏହି ବାର୍ତ୍ତାକୁ ଓଡିଶାବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

‘ସହଯୋଗର ହାତ ବଢାନ୍ତୁ ରାଜ୍ୟବାସୀ, ପାଳନ୍ତୁ ଜନତା କର୍ଫ୍ୟୁ’

କୋରୋନାକୁ ବିଶ୍ବ ମହାମାରୀ ଘୋଷଣା କରାଯାଇଥିବା ବେଳେ ଦେଶ ଓ ରାଜ୍ୟରେ ମଧ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି। ତେଣୁ ଏହି ମହାମାରୀ ସଂକ୍ରମଣକୁ ରୋକିବା ଆମର ପ୍ରାଥମିକତା ହେବା ଦରକାର ବୋଲି ସମ୍ମିଳନୀରେ ପ୍ରକାଶ କରିଛନ୍ତି ସମୀର। ସେ ଏହା ବି କହିଛନ୍ତି କି ପ୍ରତ୍ୟେକ ନାଗରିକ ନିଜେ ସଂଯମତା ରକ୍ଷା କରିବା ଓ ସଂକଳ୍ପ ନେବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଯାହା ଅପିଲ କରିଛନ୍ତି ତାହାକୁ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି ସମୀର।

ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ 14 ଘଣ୍ଟା ଘର ଭିତରେ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ସମୀର। ସଂଯମତା ରକ୍ଷା କରି ଏହାକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି ସେ। ଏଥିସହ ରାଷ୍ଟ୍ର ସେବାରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ, ପୋଲିସ ପ୍ରଶାସନ ଓ ସରକାରୀ କର୍ମଚାରୀ, ଯେଉଁମାନେ ନିଜର ବହୁମୂଲ୍ୟ ସମୟ ଦେଇ ସେବା କରୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ରବିବାର ସନ୍ଧ୍ୟାରେ 5 ମିନିଟ ସେମାନଙ୍କୁ କୃତଜ୍ଞତା ଦେବାକୁ ମଧ୍ୟ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ କରତାଲି, ଘଣ୍ଟ ଘଣ୍ଟା ବଜେଇବାକୁ ଅନୁରୋଧ କରିଛନ୍ତି ସମୀର ।

ସେପଟେ କୋରୋନା ପାଇଁ ଛୁଟିରେ ଥିବା କର୍ମଚାରୀଙ୍କ ଦରମା ନକାଟିବାକୁ ଅନୁରୋଧ କରିଛନ୍ତି ସଭାପତି ସମୀର ମହାନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details