ଓଡିଶା

odisha

ETV Bharat / city

ପୋଲିସ ଉପରୁ ଭରସା ତୁଟୁଛି, ନିର୍ବାଚନ କମିଶନଙ୍କ ଉପରେ ସନ୍ଦେହ ବଢୁଛି: କଂଗ୍ରେସ - ପୋଲିସ ଉପରେ ଲୋକଙ୍କ ଭରସା ନଥିବା କହିଲା କଂଗ୍ରେସ

ରାଜ୍ୟରେ ନିର୍ବାଚନୀ ହିଂସାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ । ତରବରିଆ ଭାବେ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମୁଣ୍ଡପାତି ସହିଗଲେ ଆଉ ସେଥିପାଇଁ ଏମିତି ହିଂସା ଘଟୁଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

people lost faith on police and doubt increasing on election commissioner says congress
ପୋଲିସ ଉପରୁ ଭରସା ତୁଟୁଛି, ନିର୍ବାଚନ କମିଶନଙ୍କ ଉପରେ ସନ୍ଦେହ ବଢୁଛି : କଂଗ୍ରେସ

By

Published : Feb 23, 2022, 9:08 PM IST

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନୀ ହିଂସାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ । ତରବରିଆ ଭାବେ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମୁଣ୍ଡପାତି ସହିଗଲେ ଆଉ ସେଥିପାଇଁ ଏମିତି ହିଂସା ଘଟୁଥିବା ଅଭିଯୋଗ କରିଛି କଂଗ୍ରେସ । ଶାସକ ଦଳ ବିଜେଡି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରି ହିଂସା ଘଟାଉଛି । ଜିଲ୍ଲାପାଳ, ଏସପି ଆଉ ବିଡିଓ ଶାସକ ଦଳର ଏଜେଣ୍ଟ ସାଜି କାମ କରୁଛନ୍ତି । ନିଜ କ୍ଷମତାର ଉପଯୁକ୍ତ ବ୍ୟବହାର କରି ପାରୁ ନାହାନ୍ତି ।

ପୋଲିସ ଉପରୁ ଭରସା ତୁଟୁଛି, ନିର୍ବାଚନ କମିଶନଙ୍କ ଉପରେ ସନ୍ଦେହ ବଢୁଛି : କଂଗ୍ରେସ

ବୁଥରେ କେବଳ ଦୁଇ ହୋମଗାର୍ଡ ରଖିଲେ କେମିତି ନିର୍ବାଚନ ଶୃଙ୍ଖଳିତ ହେବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ନିର୍ବାଚନ କମିଶନ ସାମ୍ନାକୁ ଆସୁ ନାହାନ୍ତି କି ଦେଖା ଦେଉନାହାନ୍ତି । ଅର୍ଥାତ ନିର୍ବାଚନ ଆୟୋଗ ନିଜକୁ ଅସହାୟ ମନେ କଲେଣି । ତେଣୁ ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟା ଲାଇନ ରହୁ ନାହିଁ । ବିଞ୍ଝାରପୁରରେ ୫ ମିନିଟ୍ ପାଇଁ ସିସିଟିଭି ଫୁଟେଜ ବି ନାହିଁ । ସେଠାକାର ହିଂସା ଘଟଣାରେ ମୁଖ୍ୟ ଅପରାଧୀଙ୍କୁ ପୋଲିସ ଧରୁନଥିବା ଅଭିଯୋଗ ହୋଇଛି ।

ବରଂ ସଂପୃକ୍ତ ନଥିବା ମହିଳା ଓ ପିଲାମାନଙ୍କୁ ଧରୁଛନ୍ତି । ଏନେଇ ନିର୍ବାଚନ କମିଶନଙ୍କୁ ଭେଟିବ କଂଗ୍ରେସ । ନିର୍ବାଚନ କମିଶନର ଏବଂ ପୋଲିସ ଡିଜିଙ୍କୁ ଅଧିକ ସକ୍ରିୟ ଏବଂ ସଚେତନ ହେବାକୁ ଦାବି କରିଛି କଂଗ୍ରେସ । ଏବେ ଲୋକଙ୍କ ପୋଲିସ ଉପରୁ ଭରସା ଉଠୁଛି । ଆଉ ନିର୍ବାଚନ କମିଶନଙ୍କ ଉପରେ ସନ୍ଦେହ ବଢ଼ୁଥିବା କଥା କହିଛି କଂଗ୍ରେସ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details