ଭୁବନେଶ୍ବର: ଶେଷରେ ଅନଶନରୁ ଓହରିଛନ୍ତି ପିପୁଲ ଫର୍ ସେବାର ଉପଦେଷ୍ଟା ଆଦିତ୍ୟ କୁମାର । ମଦ ବିକ୍ରି ବନ୍ଦ କରିବା ପାଇଁ ସେ ଦୀର୍ଘ 10 ଦିନ ହେଲାଣି ଆମରଣ ଅନଶନରେ ବସିଥିଲେ । ସରକାରଙ୍କ ପକ୍ଷରୁ ପ୍ରତିଶୃତି ମିଳିବା ପରେ ସେ ଆନ୍ଦୋଳନରୁ ଓହରିଛନ୍ତି ।
ମିଳିଲା ପ୍ରତିଶୃତି, ଆମରଣ ଅନଶନରୁ ଓହରିଲେ ଆଦିତ୍ୟ - ପିପୁଲ ଫର୍ ସେବା
ସରକାରଙ୍କ ପ୍ରତିଶୃତି ପରେ ଆମରଣ ଅନଶନରୁ ଓହରିଲେ ପିପୁଲ ଫର ସେବାର ଉପଦେଷ୍ଟା ଆଦିତ୍ୟ କୁମାର ଦାଶ । ମଦ ବିକ୍ରିକୁ ବିରୋଧ କରି ଆଦିତ୍ୟ ଅଗଷ୍ଟ 15 ତାରିଖରୁ ଆମରଣ ଅନଶନରେ ବସିଥିଲେ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଦେଶୀ ମଦ ବିକ୍ରି ବନ୍ଦ କରିବା ଦାବିରେ ଦୀର୍ଘ ଦିନ ହେଲାଣି ଆନ୍ଦୋଳନରେ ବସିଥିଲେ ଆଦିତ୍ୟ । ପରେ ପରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ । ଦିନକୁ ଦିନ ଆନ୍ଦୋଳନ ତିବ୍ରତର ହେବାରୁ ଶେଷରେ ଦାବି ମାନିବାକୁ ସରକାର ପ୍ରସ୍ତୁତ ହୋଇଥିଲେ । ମଙ୍ଗଳବାର ରାଜ୍ୟ ଅବକାରୀ ବିଭାଗର ଅଧିକାରୀ ଧାରଣାସ୍ଥଳରେ ପହଞ୍ଚି ମଦ ବିକ୍ରି ଉପରେ କଟକଣା ଲଗାଇବାକୁ ପ୍ରତିଶୃତି ଦେବା ପରେ ଅନଶନରୁ ଓହରିଛନ୍ତି ଆଦିତ୍ୟ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ