ଭୁବନେଶ୍ବର: ରାତି ପାହିଲେ ଧନତେରାସ । ଚଳଚଞ୍ଚଳ ହୋଇପଡିଛି ରାଜଧାନୀର ଗହଣା ଦୋକାନ । ଧନତେରାସ ଭଳି ଶୁଭ ଦିନରେ ଗହଣା କିଣିଲେ ଲକ୍ଷ୍ମୀ ଘରକୁ ଆସନ୍ତି ବୋଲି ବିଶ୍ବାସ ରହିଛି । ସେଥିପାଇଁ ଗୁରୁବାର ରାଜଧାନୀରେ ଥିବା ବିଭିନ୍ନ ଗହଣା ଦୋକାନରେ ଗ୍ରାହକଙ୍କ ଲାଗିଛି ପ୍ରବଳ ଭିଡ ।
ବର୍ଷାକୁ ବେଖାତିର: ଧନତେରାସରେ ସୁନା କିଣିବାକୁ ପ୍ରବଳ ଭିଡ
ଧନତେରାସ ପାଇଁ ଗହଣା ଦୋକାନରେ ଚଳଚଞ୍ଚଳ । ପ୍ରବଳ ବର୍ଷା ସତ୍ତ୍ବେ ବି ରାଜଧାନୀର ବହୁ ଗହଣା ଦୋକାନରେ ଲାଗିଥିଲା ପ୍ରବଳ ଭିଡ ।
ଧନତେରାସ ପାଇଁ ସୁନା ଦୋକାନରେ ପ୍ରବଳ ଭିଡ
ଅନ୍ୟପଟେ ଦେକାନୀ ବି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କିଏ ମେକିଙ୍ଗ ଚାର୍ଜରେ ଅଫର ଦେଉଛି ତ ଆଉ କିଏ ଗହଣାରେ ଲୋଭନୀୟ ଗିଫ୍ଟ ମଧ୍ୟ ରଖିଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ବି ଗହଣା ପ୍ରେମୀଙ୍କ ଗହଣା କିଣିବା ପାଇଁ ଉତ୍ସାହ କମି ନଥିଲା । ସେପଟେ ଗହଣା ଦୋକାନରେ କିଏ ନିଜ ମନପସନ୍ଦର ଚୁଡି କିଣୁଛନ୍ତି କିଏ ନିଜ ପ୍ରିୟଜନଙ୍କ ପାଇଁ ଗହଣା କିଣୁ ଥିବାର ଦେଖିବାକୁ ମିଳିଥିଲା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ