ଓଡିଶା

odisha

ETV Bharat / city

ସରକାରଙ୍କ ନିର୍ଦ୍ଦେଶକୁ ଫୁ, ରାଜଧାନୀରେ ଏଭଳି ଚାଲିଛି ସାମାଜିକ ଦୂରତା.. - undefined

ମହାମାରୀ କୋରୋନାକୁ ରୋକିବାରେ ସାମାଜିକ ଦୂରତା ବଜାୟ ରଖିବା କଥା ବାରମ୍ବାର କୁହାଯାଉ ଥିବାବେଳେ ଏହାକୁ କେହି ଖାତିର କରୁ ନଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

social distance
ରାଜାଧନୀରେ ଏଭଳି ଚାଲିଛି ସାମାଜିକ ଦୂରତା

By

Published : Apr 1, 2020, 4:53 PM IST

ଭୁବନେଶ୍ବର: ଲକଡାଉନ ସମୟରେ ଲୋକଙ୍କୁ ଯେପରି ଭୋକ ଉପାସରେ ନରହିବାକୁ ପଡେ, ସେଥିପାଇଁ ଭୁବନେଶ୍ବରରେ ଖୋଲା ଯାଇଛି ଆହାର କେନ୍ଦ୍ର । ମାତ୍ର ଅନେକ ସ୍ବେଚ୍ଛାସେବୀ କର୍ମୀ ମଧ୍ୟ ଅଛନ୍ତି ଯେଉଁମାନେ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ମାତ୍ର ସବୁଠୁ ବଡ କଥା ହେଲା ମହାମାରୀ କୋରୋନାକୁ ରୋକିବାରେ ସାମାଜିକ ଦୂରତା ବଜାୟ ରଖିବାକଥା ବାରମ୍ବାର କୁହାଯାଉ ଥିବାବେଳେ ଏହାକୁ ଖାତିର କେହି ଖାତିର କରୁ ନଥିବା ଦେଖାଯାଇଛି ।

ରାଜାଧନୀରେ ଏଭଳି ଚାଲିଛି ସାମାଜିକ ଦୂରତା

କୋରୋନାକୁ ନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ଗରିବ ମଜୁରିଆଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି ଅନେକ ସଂସ୍ଥା। କିନ୍ତୁ ଖାଦ୍ୟ ଯୋଗାଇବା ସମୟରେ ସାମାଜିକ ଦୂରତା କଥା ଭୁଲି ଯାଉଛନ୍ତି ଉକ୍ତ ଖାଦ୍ୟ ଯୋଗାଉଥିବା ବ୍ୟକ୍ତି ଓ ଅନ୍ୟମାନେ। ଏକା ସାଙ୍ଗରେ 20 ରୁ 30 ଜଣ ଏକତ୍ରିତ ହୋଇ ଖାଦ୍ୟ ନେଉଛନ୍ତି।

ଏପରିକି ଦେଖିବାକୁ ଗଲେ କ୍ୟାପିଟାଲ ହସ୍ପିଟାଲ ନିକଟରେ ରହିଥିବା ଆହର କେନ୍ଦ୍ରରେ ଚାଲିଛି ଜେସାକୁ ତେସା ନୀତି। ନା ସରକାରଙ୍କର ନିର୍ଦ୍ଦେଶ ନା ଲୋକମାନଙ୍କର ସାମାଜିକ ଦୂରତା। ଏଠି ସବୁ ସମାନ। ଧାଡିରେ ଆହର କେନ୍ଦ୍ରକୁ ପ୍ରବେଶ କରିବା ସମୟରେ ଲୋକମାନେ ଲାଗିଲାଗି ଛିଡା ହେଉଛନ୍ତି। ମନା କରିଲେ ମଧ୍ୟ କେହି ଶୁଣିବାକୁ ନାରାଜ ।

ଅନ୍ୟପଟେ ଦେଖିବାକୁ ଗଲେ ସେହି ଆହାର କେନ୍ଦ୍ରରେ ରହିଥିବା ହାତ ଧୋଇବା ସ୍ଥାନରେ ଏକା ସାଙ୍ଗରେ 5 ଜଣ ଏକତ୍ରିତ ହୋଇ ହାତ ଧୋଉଛନ୍ତି। ପୂର୍ବ ଅପେକ୍ଷା ଦୈନିକ ମଧ୍ୟାହ୍ନ ଆହାର 500 ମିଲ ଓ ସନ୍ଧ୍ୟା ସମୟରେ 250 ମିଲ ଆସୁଛି। ହେଲେ ଲୋକମାନଙ୍କ ପାଇଁ କେବଳ ପାଣି ପିଇବା ପାଇଁ ଦୁଇଟି ଗ୍ଲାସ ରହୁଛି। ଯଦି ଏଭଳି ଆଗକୁ ଦେଖାଯାଏ, ତେବେ କୋରୋନା ଭୂତାଣୁ ବ୍ୟାପିବାରେ ଆଶଙ୍କା ଅଧିକ ବୃଦ୍ଧି ପାଇବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details