ଓଡିଶା

odisha

ETV Bharat / city

ରାଜଧାନୀରେ ୧୦୦% ଟୀକାକରଣର ବାସ୍ତବତା, ୧ ଲକ୍ଷ ନେଇନାହାନ୍ତି ପ୍ରଥମ ଡୋଜ - ପ୍ରଥମ ଡୋଜ

ରାଜଧାନୀ ଭୁବନେଶ୍ବରରେ ଶତ ପ୍ରତିଶତ ଟୀକାକରଣକୁ ନେଇ ପ୍ରଶ୍ନ ଉଠିଛି । ୧ ଲକ୍ଷ ଲୋକ ଟୀକାକେନ୍ଦ୍ରରେ ପ୍ରଥମ ଡୋଜ ଟିକା ନେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ରାଜଧାନୀରେ ୧୦୦% ଟୀକାକରଣର ବାସ୍ତବତା, ୧ ଲକ୍ଷ ନେଇନାହାନ୍ତି ପ୍ରଥମ ଡୋଜ
ରାଜଧାନୀରେ ୧୦୦% ଟୀକାକରଣର ବାସ୍ତବତା, ୧ ଲକ୍ଷ ନେଇନାହାନ୍ତି ପ୍ରଥମ ଡୋଜ

By

Published : Aug 5, 2021, 8:29 PM IST

ଭୁବନେଶ୍ବର: ରାଜଧାନୀରେ ଶତ ପ୍ରତିଶତ ଟୀକାକରଣକୁ ନେଇ ଉଠିଛି ପ୍ରଶ୍ନ । ପଦାରେ ପଡିଛି ବିଏମସିର ମିଛ । ଏପର୍ଯ୍ୟନ୍ତ ଆହୁରି ୧ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ନେଇନଥିବା ହୋଇନଥିବା ବେଳେ ଏବେ କ୍ୟାପିଟାଲ ହସ୍ପିଟାଲ ସମେତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭିଡ଼ ଜମିବାରେ ଲାଗିଛି ।

ରାଜଧାନୀରେ ସରିଛି ଶତ ପ୍ରତିଶତ ଟୀକାକରଣ। ଜୁଲାଇ ଶେଷ ସୁଦ୍ଧା ହୋଇଛି ଟାର୍ଗେଟ ପୂରଣ। କିଛି ଦିନ ତଳେ ବିଏମସି ଟ୍ଵିଟର ହ୍ୟାଣ୍ଡେଲରେ ଏମିତି ଏକ ପୋଷ୍ଟ ଦେଖିବାକୁ ମିଳିଥିଲା । ପରେ ଦ୍ବିତୀୟ ଡୋଜ ପାଇଁ ଆହୁରି ଲୋକ ବାକି ଥିବା ନେଇ ମଧ୍ୟ ଅନ୍ୟ ଏକ ପୋଷ୍ଟ ମଧ୍ୟ କରାଯାଇଥିଲା । ଯାହାକୁ ନେଇ ଏବେ ଅସୁବିଧାରେ ପଡିଛି ବିଏମସି ।

ରାଜଧାନୀରେ ୧୦୦% ଟୀକାକରଣର ବାସ୍ତବତା, ୧ ଲକ୍ଷ ନେଇନାହାନ୍ତି ପ୍ରଥମ ଡୋଜ

ବର୍ତ୍ତମାନର ସରକାରୀ ରିପୋର୍ଟ ଅନୁଯାୟୀ ରାଜଧାନୀରେ ପ୍ରାୟ ୧ ଲକ୍ଷ ଲୋକ ଦ୍ବିତୀୟ ଡୋଜ ନେବାକୁ ବାକି ଅଛି । ଦୈନିକ ଟୀକାକରଣ ଅନୁଯାୟୀ ଅଗଷ୍ଟ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇପାରିବ ନାହିଁ । ଏଭଳି ସ୍ଥିତିରେ କେଉଁ ଆଧାରରେ ରାଜଧାନୀରେ ଶତ ପ୍ରତିଶତ ଟୀକାକରଣ ହୋଇଥିବା ବିଏମସି ଘୋଷଣା କଲା ତାଙ୍କୁ ନେଇ ବିବାଦ ଦେଖାଦେଇଛି ।

ବିଏମସିର ଯୁକ୍ତି ମୁତାବକ ରାଜଧାନୀର ୯ ଲକ୍ଷ ୭ ହଜାର ୧୯୪ ଜଣଙ୍କୁ ୨ଟି ଡୋଜ ହିସାବରେ ୧୮ ଲକ୍ଷ ୧୪ ହଜାର ୩୮୮ ଡୋଜ ଦିଆଯିବାକୁ ଲକ୍ଷ୍ୟ ଥିଲା । ତେବେ ବର୍ତ୍ତମାନ ସମସ୍ତ ରାଜଧାନୀବାସୀ ଦୁଇଟି ଯାକ ଡୋଜ ନେଇସାରିଥିବା ବିଏମସି କର୍ତ୍ତୃପକ୍ଷ କହୁଥିବା ବେଳେ ବାକି ୧ଲକ୍ଷ ଲୋକଙ୍କ ହିସାବକୁ ନେଇ ଏକ ପ୍ରକାର ଦ୍ଵନ୍ଦ୍ଵାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି।

ଟାର୍ଗେଟ ୯ ଲକ୍ଷ ଥିବା ବେଳେ ୮ଲକ୍ଷରୁ ଟାର୍ଗେଟ ପୂରଣ ହୋଇଥିବା ବିଏମସି କେଉଁ ଆଧାରରେ ଯୁକ୍ତି ବାଢୁଛି ? ରାଜଧାନୀରେ ଦ୍ବିତୀୟ ଡୋଜ ତ ଦୂରର କଥା ଅନେକ ଲୋକ ପ୍ରଥମ ଡୋଜ ମଧ୍ୟ ନେଇନଥିବା କହିଛନ୍ତି । ଯାହାକୁ ନେଇ ବିଏମସିର ଅସଲ ମୁଖା ପଦାରେ ପଡିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details