ଭୁବନେଶ୍ବର: ଆଗକୁ ଆସୁଛି ତୃତୀୟ ଲହର ସଙ୍କଟ । ଯାହା ଶିଶୁଙ୍କ ପାଇଁ ଅଧିକ ବିପଦଜନକ ହେବ । ସାମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବା ଲାଗି ସବୁ ପ୍ରକାର ପ୍ରସ୍ତୁତି କରୁଛି ସ୍ବାସ୍ଥ୍ୟ ବିଭାଗ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରସ୍ଥିତ ଏମ୍ସରେ ଶିଶୁ ଚିକିତ୍ସା ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଶିଶୁ ବିଭାଗ, ନବଜାତ ଶିଶୁ ବିଭାଗ ଓ ନର୍ସିଂ ବିଭାଗର ମିଳିତ ସହଯୋଗରେ ଟ୍ରେନିଂ ଦିଆଯାଉଛି ।
ଟ୍ରେନିଂ କାର୍ଯ୍ୟକ୍ରମରେ ଶିଶୁଙ୍କ କ୍ରିଟିକାଲ କେୟାର, ଭେଣ୍ଟିଲେଟର କେୟାର ଓ ନବଜାତ ଶିଶୁଙ୍କ ଚିକିତ୍ସା କିଭଳି ଭାବେ କରାଯାଇପାରିବ ତାହା ଉପରେ ନର୍ସମାନଙ୍କୁ ଟ୍ରେନିଂ ଦିଆଯାଇଛି । ଏହାବ୍ୟତୀତ ଚିକିତ୍ସା କାର୍ଯ୍ୟରେ ବ୍ୟବହାର ହେଉଥିବା ରୋଗୀ ନିଦାନ ମେସିନର ପରିଚାଳନା ସମ୍ପର୍କରେ ମଧ୍ୟ ଟ୍ରେନିଂ ଦିଆଯାଉଛି ।