ଓଡିଶା

odisha

ETV Bharat / city

ଲୋପ ପାଉଥିବା ଖାଦ୍ୟର ପୁନଃଉଦ୍ଧାର କରିବ ପିକକ ଅନୁଷ୍ଠାନ - pecuc

ହଜିଯାଉଥିବା ଖାଦ୍ୟଶସ୍ୟର ପୁନଃଉଦ୍ଧାର କରିବ ପିକକ ଅନୁଷ୍ଠାନ। ପିକକ ଅନୁଷ୍ଠାନ ଚାଷୀଙ୍କୁ ଏ ବିଷୟରେ ଜ୍ଞାନକୌଶଳ ବାଣ୍ଟି ଅନେକ ପୁରୁଣା କିସମର ଧାନ ଚାଉଳ ଉତ୍ପାଦନ କରିବାର କଥା କହିଛି। ଅଧିକ ଖବର ପଢନ୍ତୁ..

ଲୋପ ପାଉଥିବା ଖାଦ୍ୟର ପୁନଋଦ୍ଧାର କରିବ ପିକକ ଅନୁଷ୍ଠାନ
ଲୋପ ପାଉଥିବା ଖାଦ୍ୟର ପୁନଋଦ୍ଧାର କରିବ ପିକକ ଅନୁଷ୍ଠାନ

By

Published : Dec 7, 2019, 1:51 PM IST

ଭୁବନେଶ୍ବର: ହଜି ଯାଉଥିବା ଖାଦ୍ୟଶସ୍ୟର ପୁନଃଉଦ୍ଧାର କରିବ ପିକକ ଅନୁଷ୍ଠାନ। ବର୍ତ୍ତମାନ ଚାଷରୁ ଲୋକେ ମୁହଁ ଫେରାଇବା ସହ ଚିରାଚରିତ ଧାନ ଚାଷ କରୁଥିବାର ଦେଖିବାକୁ ମିଳୁଛି। ଅନେକ ପୋଷାଣ ଯୁକ୍ତ ଖାଦ୍ୟ ଶସ୍ୟ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି ।

ଧାନ ଚାଉଳ ଛଡା ଅନେକ ଶସ୍ୟ ଆମ ଜଙ୍ଗଲ ଆମ ମାଟିରେ ହୋଇପାରିବ କିନ୍ତୁ ତାହାର ଉପଯୁକ୍ତ ତତ୍ତ୍ବାବଧାନ ହେଉନାହିଁ। ଯାହାକୁ ପୁଣି ଥରେ ପୁନଃଉଦ୍ଧାର କରିବା ଲକ୍ଷ୍ୟରେ ରାଜ୍ୟର ପିକକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛି । ଏହାସହ କେନ୍ଦୁଝର ଜିଲ୍ଲାରେ ପିକକ ଅନୁଷ୍ଠାନ ଚାଷୀଙ୍କୁ ଏ ବିଷୟରେ ଜ୍ଞାନକୌଶଳ ବାଣ୍ଟି ଅନେକ ପୁରୁଣା କିସମର ଧାନ ଚାଉଳ ଉତ୍ପାଦନ କରିବାର କଥା କହିଛି ।

ଲୋପ ପାଉଥିବା ଖାଦ୍ୟର ପୁନଋଦ୍ଧାର କରିବ ପିକକ ଅନୁଷ୍ଠାନ

ବର୍ତ୍ତମାନ କେନ୍ଦୁଝର ଜିଲ୍ଲାର 6ଟି ଗାଁରେ ଚାଷୀ 126 କିସମର ଦେଶୀ ଧାନ ଶସ୍ୟ ଚାଷ କରି ଉତ୍ପାଦନ କରୁଥିବାବେଳେ ଆଗରୁ ମାତ୍ର 6 ରକମର ଧାନ ଚାଷ କରୁଥିଲେ । ଆଗାମୀ ଦିନରେ କେନ୍ଦୁଝର ସହ କିଭଳି ଅନ୍ୟ ଜିଲ୍ଲାକୁ ପିକକ ନିଜର ତତ୍ତ୍ବାବଧାନରେ ଚାଷୀକୁ ସଚେତନ କରିବ, ସେ ନେଇ ରାଜଧାନୀରେ ଏକ ଆଲୋଚନା ଚକ୍ର ଆରମ୍ଭ କରିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details