ଓଡିଶା

odisha

ETV Bharat / city

ବୈଦେଶିକ ଢାଞ୍ଚାରେ କାମ କରିବ ପିସିଆର, ଓଡ଼ିଶା ପୋଲିସର ପ୍ରାରମ୍ଭିକ ତାଲିମ ଆରମ୍ଭ - ଜରୁରୀ ସେବା ବ୍ୟବସ୍ଥା ଓଡିଶା

ଏଣିକି ଦୁର୍ଘଟଣାସ୍ଥଳରେ ଏକକାଳୀନ ପହଞ୍ଚିବ ପିସିଆର, ଫାୟାର ରେସ୍କ୍ୟୁ ଫୋର୍ସ ଏବଂ ଆମ୍ବୁଲାନ୍ସ । ଏଥିପାଇଁ ଗୋଟିଏ ହେଲ୍ପ ଲାଇନ ନମ୍ବର ଜାରି ହୋଇ ଥିବାବେଳେ ଓଡ଼ିଶା ପୋଲିସ ପକ୍ଷରୁ ପ୍ରାରମ୍ଭିକ ତାଲିମ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ଏଣିକି ଦୁର୍ଘଟଣାସ୍ଥଳରେ ଏକକାଳୀନ ପହଞ୍ଚିବ ଜରୁରୀ ସେବା
ଏଣିକି ଦୁର୍ଘଟଣାସ୍ଥଳରେ ଏକକାଳୀନ ପହଞ୍ଚିବ ଜରୁରୀ ସେବା

By

Published : Feb 10, 2021, 6:16 AM IST

ଭୁବନେଶ୍ବର: ଏଣିକି ବୈଦଶିକ ଢାଞ୍ଚାରେ କାମ କରିବ ପିସିଆର ଭ୍ୟାନ । ଦୁର୍ଘଟଣାସ୍ଥଳରେ ଏକକାଳୀନ ପହଞ୍ଚିବ ପିସିଆର, ଫାୟାର ରେସ୍କ୍ୟୁ ଫୋର୍ସ ଏବଂ ଆମ୍ବୁଲାନ୍ସ । ଏଥିପାଇଁ ଗୋଟିଏ ହେଲ୍ପଲାଇନ ନମ୍ବର ଜାରି ହୋଇ ଥିବାବେଳେ ଓଡ଼ିଶା ପୋଲିସ ପକ୍ଷରୁ ପ୍ରାରମ୍ଭିକ ତାଲିମ ଆରମ୍ଭ ହୋଇଯାଇଛି ।



ସୂଚନା ଅନୁଯାୟୀ ଏଣିକି ଦୁର୍ଘଟଣାସ୍ଥଳରେ ଏକକାଳୀନ ପହଞ୍ଚିବ ପୋଲିସ ପିସିଆର ସହ ଆମ୍ବୁଲାନ୍ସ ଓ ଫାୟାର ରେସ୍କ୍ୟୁ ଫୋର୍ସ । ଅର୍ଥାତ ରାସ୍ତାରେ ଦୁର୍ଘଟଣା ଘଟିଲେ ଆମ୍ବୁଲାନ୍ସ ଆହାତ ବା ଗୁରୁତର ଲୋକଙ୍କୁ ନେବ, ପୋଲିସ ସହାୟତ ସହ ଲ ଆଣ୍ଡ ଅର୍ଡ଼ର ମେଣ୍ଟେନ କରିବ ଏବଂ ଦୁର୍ଘଟଣାଗ୍ରସ୍ତ ବା ସମସ୍ୟାରେ ପଡିଥିବା ଲୋକଙ୍କୁ ଫାୟାର ରେସପନ୍ସ ଟିମ ଉଦ୍ଧାର କରିବ । ଏଭଳି ଏକ ସାଙ୍ଗରେ ସଭିଏଁ ଯୋଡ଼ି ହୋଇ ମୁକାବିଲା ପାଇଁ ଆରମ୍ଭ ହେବାକୁ ଥିବା ୧୧୨ ହେଲ୍ପ ଲାଇନ ସମସ୍ତ ସହାୟତା ପାଇଁ ସହଯୋଗ କରିବ । ଯାହାର ତାଲିମ ଓଡିଶା ପୋଲିସ ପ୍ରାଥମିକ ପର୍ଯାୟରେ ଆରମ୍ଭ କରିଛି ।

ଡିସିପି ଅଫିସରେ ଏନେଇ ଏକ ତାଲିମ କାର୍ଯକ୍ରମ ଆରମ୍ଭ ହୋଇଥିବା ଜଣାପଡିଛି । ଯେଉଁଥିରେ ଭୁବନେଶ୍ବରର ସମସ୍ତ ପିସିଆର କର୍ମଚାରୀ ହୋମଗାର୍ଡ, ଏଏସଆଇ, ଏସପିଓ ସମସ୍ତଙ୍କୁ ତାଲିମ ଦିଆଯାଇଛି । ଯାହାକି ଖୁବଶୀଘ୍ର ବୈଦେଶିକ ଢାଞ୍ଚାରେ କାମ କରିବ, ଏନେଇ ଖୁବଶୀଘ୍ର ଶୁଭାରମ୍ଭ କରାଯିବା ନେଇ ସୂଚନା ମିଛି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details