ଓଡିଶା

odisha

ETV Bharat / city

2016 ଭେଡେନ ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ରାଜ୍ୟ ସରକାର ତୁରନ୍ତ ଭେଡେନ ଦଳିତ ମହିଳା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । 5‘ଟି’ ନାରେ ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ।

By

Published : Oct 14, 2019, 9:27 PM IST

ଫୋଟ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଯଦି ସତସାହାସ ଅଛି ତୁରନ୍ତ ରାଜ୍ୟ ମାନବଧିକାର କମିଶନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରନ୍ତୁ । ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏଭଳି ଢଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ 2016 ମସିହା ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଯାହାକୁ ନେଇ ସେ ସମୟରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଘଟଣା ଅନୁସାରେ ୨୦୧୬ ମସିହା ମେ ୨୦ ତାରିଖରେ ବରଗଡ ରୂପାପାଲି ଗାଁରେ ସବର୍ଣ୍ଣ ଅସବର୍ଣ୍ଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ସେହି ମାସ 22ରେ ପୋଲିସ ଗାଁକୁ ଯାଇ ଅନେକ ଦଳିତ ପୁରୁଷଙ୍କୁ ଗିରଫ କରିଥିଲା । ପୁଣିଥରେ 23 ତାରିଖରେ ଭେଡେନ ଥାନାର 5ଜଣ ପୋଲିସ କର୍ମଚାରୀ ଗାଁକୁ ଆସି 3ଜଣ ଦଳିତ ମହିଳାଙ୍କୁ ଗିରଫ କରିଥିଲା । ଗିରଫ କରି ଥାନାକୁ ନେବା ବାଟରେ ଦେଓଗାଁ ଜଙ୍ଗଲରେ ପୋଲିସ ମହିଳାଙ୍କୁ ଗଣଦୁଷ୍କର୍ମ କରି ଅପରାଧିଙ୍କ ହାତକୁ ଟେକି ଦେଇଥିଲା । ଅପରାଧି ମାନେ 10ଦିନ ପର୍ଯ୍ୟନ୍ତ ପୀଡିତା ମହିଳାଙ୍କୁ ରଖି ଦୁଷ୍କର୍ମ କରିବା ସହ ଜଣେ ପୀଡିତା ମହିଳାଙ୍କ ଭାଇକୁ ହତ୍ୟା କରିଥିଲେ ।

ଏହି ଘଟଣାକୁ ନେଇ ସେତେବେଳେ ପ୍ରତିବାଦ ଯୋରଦାର ହେବାପରେ ପୋଲିସ କିଛି ଲୋକଙ୍କ ନାରେ ମାମଲା ରୁଜୁ କରି ଚୁପ ରହିଲା । ହେଲେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏହି ମାମଲାକୁ ନେଇ ସେପ୍ଟେମ୍ବର 23ରେ ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିବା ପରେ ପୋଲିସ ଚଳିତ ମାସ 3 ତାରିଖରେ ଭେଡେନ ପୋଲିସ ବାଧ୍ୟ ବାଧକତାରେ 2ଜଣ ପୋଲିସ ଅଧିକାରୀଙ୍କ ସମେତ 8ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । କଂଗ୍ରେସ ଦାବି କରିଛି ଯଦି ସରକାରଙ୍କ 5‘ଟି’ ପ୍ରତି ଗମ୍ଭୀରତା ଅଛନ୍ତି ରାଜ୍ୟରେ ମୋ ସରକାର କାର୍ଯ୍ୟକାରୀ ହେଉଛି ତେବେ ତୁରନ୍ତ ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହାସହ ସେ ସମୟରେ ଯିଏ ବରଗଡ ଏସପି ଥିଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି । ଅଯଥା ମୋ ସରକାର 5‘ଟି’ କହି ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ ବୋଲି କହିଛନ୍ତି ସେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details