ଓଡିଶା

odisha

ETV Bharat / city

Pcc Race: ନବଜ୍ୟୋତିଙ୍କୁ ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ନିରଞ୍ଜନ - pcc president NIranjan patnaik refutes his son name in this matter

ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ତଥା କଂଗ୍ରେସର ଯୁବନେତା ନବଜ୍ୟୋତି ପଟ୍ଟନାୟକ ହେବେ କି ପିସିସି ସଭାପତି? ପିସିସି ସଭାପତି ହେବା ପାଇଁ ତାଙ୍କ ମନ ଅଛି କି ? ଦିଲ୍ଲୀରେ ଲବି ହେଉଛି କି ? ଅଧିକ ପଢନ୍ତୁ

ନବଜ୍ୟୋତିଙ୍କ ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ନିରଞ୍ଜନ
ନବଜ୍ୟୋତିଙ୍କ ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ନିରଞ୍ଜନ

By

Published : May 2, 2022, 6:01 PM IST

ଭୁବନେଶ୍ବର: ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ତଥା କଂଗ୍ରେସର ଯୁବନେତା ନବଜ୍ୟୋତି ପଟ୍ଟନାୟକ ହେବେ କି ପିସିସି ସଭାପତି? ପିସିସି ସଭାପତି ହେବା ପାଇଁ ତାଙ୍କ ମନ ଅଛି କି ? ଦିଲ୍ଲୀରେ ଲବି ହେଉଛି କି ? ଏହାକୁ ନେଇ ଗତ କିଛି ଦିନ ହେଲା କଂଗ୍ରେସ ମହଲରେ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି ଏହା ଏକ ଗୁଜବ । ମୋ ପୁଅର ଗତି ମତି ଯାହା ଜାଣିଛି ତାର ଜମା ଇଚ୍ଛା ନାହିଁ । ସେ କେବଳ କଂଗ୍ରେସ କର୍ମୀ ହୋଇ ଦଳ ପାଇଁ କାମ କରିବ ବୋଲି ନିରଞ୍ଜନ କହିଛନ୍ତି ।

ସେହିପରି ଦେବଗଡ ବିଜେପି ବିଧାୟକଙ୍କ ଗିରଫଦାରୀ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣ ଭଲ ହେବା ଉଚିତ। ଏଭଳି ହେବା ଉଚିତ ନୁହେଁ। ଅଫିସର ମାନେ ପଲିଟିକାଲ ବ୍ୟାଙ୍କିଙ୍ଗ ପାଇଁ ଏଭଳି କରୁଛନ୍ତି । ଯେତେବେଳେ ବିଜେଡି ବିଧାୟକ ଗିରଫ ହେଉଛନ୍ତି ବା ନିଜ ଦଳ (କଂଗ୍ରେସ)ର ବିଧାୟକ ଗିରଫ ହେଉଛନ୍ତି ସେତେବେଳେ ବିଜେପି ବିଧାୟକଙ୍କ କଥା କିଏ ପଚାରେ ? ବୋଲି ନିରଞ୍ଜନ କହିଛନ୍ତିକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details