ଭୁବନେଶ୍ବର: ବାରମ୍ବାର ନିର୍ବାଚନରେ ବିଫଳତା ପରେ ପୁରା ସାଂଗଠନକି ପରିବର୍ତ୍ତନ ପାଇଁ ରାଜ୍ୟ କଂଗ୍ରେସ (Odisha Congress) ର ଆରମ୍ଭ ହୋଇଛି କସରତ । କଂଗ୍ରେସ ରାଜ୍ୟ ପ୍ରଭାରୀ (Odisha congress in charge) ଓଡିଶା ଗସ୍ତରେ ଆସି ସମସ୍ତ ବିଧାୟକ, ପୂର୍ବତନ ସଭାପତି, ଜିଲ୍ଲା ସଭାପତି ଓ ଅନ୍ୟାନ୍ୟ ନେତାଙ୍କ ସହ ସିଧା ସଳଖ ଆଲୋଚନା କରୁଛନ୍ତି ।
କଂଗ୍ରେସ ଭବନ (Congress Bhawan) ରେ ଚାଲିଥିବା ଏହି ଆଲୋଚନା ପର୍ଯ୍ୟାଲୋଚନାରେ ଦଳର ସମସ୍ତ ବରିଷ୍ଠ, କନିଷ୍ଠ ନେତାଙ୍କ ସନେତ, ସମସ୍ତ ଛାମୁଆ ସଂଗଠନର ମୁଖିଆ ମଧ୍ୟ ସାମିଲ ହୋଇଛନ୍ତି । ପ୍ରଭାରୀ ଚେଲ୍ଲା କୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁ ଏନେଇ ଦଳର ସମସ୍ତ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି । ଏହାସହ ପୂର୍ବତନ ସଭାପତି, ଜିଲ୍ଲା ସଭାପତି ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ମଧ୍ୟ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ।
ଆଲୋଚନା ପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପ୍ରଭାରୀ ପିସିସି ସଭାପତି ଚୟନ ନେଇ ସିଧା ସଳଖ ଆଲୋଚନା କରୁଛନ୍ତି । ପ୍ରଭାରୀ ବିଧାୟକ ମାନଙ୍କୁ ସିଧା ସଳଖ ପରାମର୍ଶ ମାଗୁଛନ୍ତି । ପ୍ରଭାରୀ ବିଧାୟକ ମାନଙ୍କ 3 ଟି ଲେଖାଏଁ ନା ପ୍ରସ୍ତାବ ଦେବାକୁ କହିଛନ୍ତି । ଆମେ ଦେଇଛୁ । 2024 ନିର୍ବାଚନ ପାଇଁ ସଂଗଠନ କୁ ସୁଦୃଢ କରିବା ପାଇଁ ଆଲୋଚନା ହୋଇଛି। ସଂଗଠନ ସୃଦୃଢ ଏବଂ ପିସିସି ପରିବର୍ତ୍ତନ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି। କିଏ ସଭାପତି ହେଲେ ଭଲ ହେବ ସେ ନେଇ ପ୍ରଭାରୀ ନାଁ ପଚାରୁଛନ୍ତି। ଆସନ୍ତା ମାସ ପ୍ରଥମ ସପ୍ତାହରେ ହୋଇପାରେ ପିସିସି ପରିବର୍ତ୍ତନ ବୋଲି ସାଲୁଜା କହିଛନ୍ତି ।