ଭୁବନେଶ୍ବର:ଆସନ୍ତା 23 ତାରିଖରେ ଯୁଗପୁରୁଷ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ବର୍ଷବ୍ୟାପୀ ପାଳନ ହେବାକୁ ଯାଉଥିବାରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ବର୍ଷବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିବେ । ଏହି କମିଟି ରାଜ୍ୟରୁ 25 ଜଣ ସଦସ୍ଯଙ୍କୁ ସାମିଲ କରିବା ପାଇଁ ମଙ୍ଗଳବାର ପିସିସି ସଭାପତି ନୀରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।
ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125ତମ ଜୟନ୍ତୀକୁ ପାଳନ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି ବୈଠକର ନେତୃତ୍ୟ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ 85 ଜଣ ସଦସ୍ଯଙ୍କୁ ସାମିଲ କରାଯାଉଥିବା ବେଳେ ଓଡିଶାରୁ ମାତ୍ର 3 ଜଣ ସଦସ୍ଯ ରହିଛନ୍ତି । ନେତାଜୀ ଓଡିଶାରେ ଜନ୍ମଗ୍ରହଣ କରିଥିବାରୁ ରାଜ୍ୟରୁ ସର୍ବନିମ୍ନ ଭାବରେ 25 ଜଣ ସଦସ୍ୟଙ୍କୁ ସାମିଲ କରିବା ପାଇଁ ପିସିସି ସଭାପତି ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ବୈଠକରେ ରାଜ୍ୟର ରାଜ୍ୟପାଳ ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ସାମିଲ କରାଯାଇନାହିଁ ବୋଲି ପିସିସି ସଭାପତି ଚିଠିରେ ଉଲ୍ଲେଖ କରିଛନ୍ତି ।