ଭୁବନେଶ୍ବର:ରାଜ୍ୟରେ କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପିସିସି ସଭାପତି । କୋରୋନା ମହାମାରୀ ମୁକାବିଲା ପାଇଁ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରସ୍ତାବ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହାସହ ସାମାଜିକ ସଂଗଠନର ପ୍ରତିନିଧିଙ୍କୁ ମଧ୍ୟ ଏହି ବୈଠକରେ ସାମିଲ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ନିରଞ୍ଜନ ।
କୋରୋନା ମହାମାରୀ ଯୋଗୁଁ କେହି ନା କେହି ନିଜ ପ୍ରିୟଜନଙ୍କୁ ହରାଉଛନ୍ତି । ଏଭଳି ସମୟରେ ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମହାମାରୀ ସହ ମିଳିତ ସଂଗ୍ରାମ ପାଇଁ ଏହାପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପିସିସି ସଭାପତି । ତେବେ ଏହି ଚିଠିର କୌଣସି ଉତ୍ତର ମିଳି ପାରିନଥିବା ସେ କହିଛନ୍ତି ।