ଓଡିଶା

odisha

ETV Bharat / city

CAAକୁ ନେଇ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି - CAAକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଦେଶର ଅର୍ଥନୈତିକ ଓ ରାଜନୈତିକ ସ୍ଥିତିକୁ ନେଇ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ସଭାର ଆୟୋଜନ କରାଯିବ। ଆସନ୍ତା 28 ତାରିଖରେ କଂଗ୍ରେସର ପ୍ରତିଷ୍ଠା ଦିବସ ପରେ 'ଭାରତ ବଞ୍ଚାଅ' ଢାଞ୍ଚାରେ କାର୍ଯ୍ୟକ୍ରମ କରାଯିବ।

PCC President statement about CAA
CAAକୁ ବିରୋଧ କରି ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

By

Published : Dec 17, 2019, 9:40 PM IST

ଭୁବନେଶ୍ବର: ଦେଶର ଅର୍ଥନୈତିକ ଓ ରାଜନୈତିକ ସ୍ଥିତିକୁ ନେଇ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ସଭାର ଆୟୋଜନ କରାଯିବ। ବିଭିନ୍ନ ସ୍ଥାନରେ 'ଭାରତ ବଞ୍ଚାଅ' ଢାଞ୍ଚାରେ ହେବ କାର୍ଯ୍ୟକ୍ରମ। ଆସନ୍ତା 28 ତାରିଖରେ କଂଗ୍ରେସର ପ୍ରତିଷ୍ଠା ଦିବସ ପରେ ଏହି କାର୍ଯ୍ୟକ୍ରମ କରାଯିବ।

CAAକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଅପରପକ୍ଷେ ସିଏଏକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ଆଇନକୁ ସେ ନିନ୍ଦା କରିବା ସହିତ ବିଜେପି ସହ ବିଜେଡିର ବୁଝାମଣା ହୋଇଛି ବୋଲି କହିଛନ୍ତି। ଏଠାକାର ଲୋକଙ୍କୁ ଗୋଟିଏ କଥା କହି ସେଠି ବିଜେଡିକୁ ସିଏଏକୁ ସମର୍ଥନ ଜଣାଇଛି। ଯାହାକୁ ସେ ପ୍ରତାରଣା ବୋଲି ଆଖ୍ୟା ଦେଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details