ଭୁବନେଶ୍ବର: କଂଗ୍ରେସର ସଂକଳ୍ପ ଶିବିର ସରିଛି । ଦାଇତ୍ବ ନେବେ ପିସିସି ନବନିଯୁକ୍ତ ସଭାପତି । ଆସନ୍ତା 10 ତାରିଖରେ ଦାୟିତ୍ବ ନେବେ ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ। କଂଗ୍ରେସ ଭବନରେ ଏକ ଵିଶେଷ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ।
ସେଥିପାଇଁ କଂଗ୍ରେସ ଭବନରେ ଜାକଜକମରେ ସାଜସଜ୍ଜା କରାଯାଉଛି । ନୂତନ ସଭାପତି ଘୋଷଣା ହେବା ପରେ ଶରତ 10 ତାରିଖରେ ପ୍ରଥମ କରି କଂଗ୍ରେସ ଭବନରେ ପ୍ରବେଶ କରିବେ। କଂଗ୍ରେସକୁ ଅଧିକ ସୁଦୃଢ ଏବଂ ସଂଗଠିତ କରିବା ପାଇଁ ନେବେ ପଦକ୍ଷେପ ।