ଓଡିଶା

odisha

ଧାମନଗର ଉପନିର୍ବାଚନ: ପ୍ରାର୍ଥୀ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

By

Published : Oct 13, 2022, 8:51 AM IST

ଧାମନଗର ଉପନିର୍ବାଚନ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହୋଇସାରିଛି । କଂଗ୍ରେସ ବାବା ହରେକୃଷ୍ଣ ତିହିଡିଙ୍କୁ ତାର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

pcc president reaction on congress candidate
ଧାମନଗର ଉପନିର୍ବାଚନ: ପ୍ରାର୍ଥୀ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା।

ଭୁବନେଶ୍ବର:ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜି ସରିଛି । ସରଗରମ ହେଲାଣି ରାଜ୍ୟ ରାଜନୀତି । ତିନି ଦଳ ପ୍ରାର୍ଥୀ ମଧ୍ୟ ଘୋଷଣା କରିସାରିଛନ୍ତି । ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଭୋଟରଙ୍କ ମନ ଜିତିବାକୁ ଆରମ୍ଭ ହୋଇଯାଇଛି ପ୍ରୟାସ । କଂଗ୍ରେସ ଗତକାଲି (ବୁଧବାର) ବାବା ହରେକୃଷ୍ଣ ତିହିଡିଙ୍କୁ ତାର ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। କଂଗ୍ରେସ ଉପଯୁକ୍ତ ପ୍ରାର୍ଥୀ ଦେଇଛି ଯିଏକି ଲୋକଙ୍କ ସେବା କରିବ ବୋଲି କହିଛନ୍ତି ପିସିସି ସଭାପତି ।

ଧାମନଗର ଉପନିର୍ବାଚନ: ପ୍ରାର୍ଥୀ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା।

ପ୍ରତିକ୍ରିୟାରେ ପିସିସି ସଭାପତି କହିଛନ୍ତି,'' କଂଗ୍ରେସ ଦଳ ଜଣେ ଉପଯୁକ୍ତ ଯୁବ ପ୍ରାର୍ଥୀ ଦେଇଛି । ଧାମନଗର ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ସେବା କରିବା ପାଇଁ ନିଶ୍ଚିନ୍ତ ସେମାନେ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ବାସ । ବିଜେଡି ଓ ବିଜେପି ଭାଇ ଭାଇ ଖାଲି ଉପର ଦେଖାଣିଆ ଲଢେଇ । ଆମେ ଯେଉଁ ପ୍ରାର୍ଥୀ ଦେଇଛୁ ସେ ବହୁତ ଦକ୍ଷ ପ୍ରାର୍ଥୀ । ଜନ ସାଧାରଣଙ୍କ ସେବା କରିବା ପାଇଁ ସେ ଆଗକୁ ବାହାରି ପାରିବେ । ଲଢେଇ ଜୋରସୋର ହେବ ।''

ବିଜେଡି ମହିଳା କାର୍ଡ ଖେଳିଛି ସେହି ପ୍ରଶ୍ନର ଉତ୍ତରରେ ପିସିସି ସଭାପତି କହିଛନ୍ତି, ''ବିଜେଡି ତାଙ୍କ ଗେମ ଖେଳିବେ ଏବଂ ବିଜେପି ତାଙ୍କ ଗେମ । କିନ୍ତୁ ଆମେ ଜଣେ ଦକ୍ଷ ଶିକ୍ଷିତ ଯୁବ ପ୍ରାର୍ଥୀ ଦେଇଛୁ ଯିଏ ଲୋକଙ୍କ ସେବା ପାଇଁ ଆଗକୁ ବାହାରିବେ । କଂଗ୍ରେସ ପ୍ରତି ଜନସାଧାରଣଙ୍କ ଆଶୀର୍ବାଦ ରହିବ ବୋଲି ମୋର ବିଶ୍ବାସ।''

ଏହା ବି ପଢନ୍ତୁ...Dhamnagar By-poll: ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ କହିଲେ ଅବନ୍ତୀ ଦାସ

ପ୍ରକାଶ ଥାଉ କି, ଗତ ମାସ 19 ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ହୋଇଥିଲା । ଏହା ପରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ଏଠାରେ ନଭେମ୍ବର 3ରେ ଉପନିର୍ବାଚନ ଅନୁଷ୍ଠିତ ହେବ । 6ରେ ଭୋଟ ଗଣତି ଓ ଫଳ ପ୍ରକାଶ ପାଇବ । ଏନେଇ ତିନି ଦଳର ରଣନୀତି ଆରମ୍ଭ ହୋଇ ଯାଇଛି । ବିଜେପି ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରିଛି । ବିଜେଡି ମହିଳା କାର୍ଡ ଖେଳିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧ୍ୟାକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି । କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଧାମନଗରବାସୀ ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details