ଭୁବନେଶ୍ବର:ରାଜ୍ୟର ସମସ୍ତ ବିପିଏଲ କାର୍ଡ ହିତାଧିକାରୀ ଓ ବୟସ୍କ ବ୍ୟକ୍ତିଙ୍କୁ ମାଗଣାରେ କୋରୋନା ଟିକା ଦେବା ପାଇଁ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ରବିବାର ଅନୁରୋଧ କରିଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ବାସ୍ଥ୍ୟ କାମନା କରିବା ସହିତ ରାଜ୍ୟର ସମସ୍ତ ବିପିଏଲ ତାଲିକାଭୁକ୍ତ ବ୍ୟକ୍ତିବିଶେଷ ଏବଂ ବୟସ୍କ ନାଗରିକଙ୍କ ପାଇଁ କୋରୋନା ଟିକା ମାଗଣାରେ ଉପଲବ୍ଧ କରାଯାଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ଫଳରେ ଉକ୍ତ ବର୍ଗର ସମସ୍ତ ବ୍ୟକ୍ତିବିଶେଷ ବିଶେଷ ଭାବରେ ଉପକୃତ ହେବେ ବୋଲି ସେ କହିଛନ୍ତି ।