ଓଡିଶା

odisha

ETV Bharat / city

ତେଜିଲା କଂଗ୍ରେସ କଳି, ନିରଞ୍ଜନଙ୍କୁ ହଟାଇବା ପାଇଁ ପ୍ରସ୍ତୁତି ଆରମ୍ଭ - ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ବାରମ୍ବାର ନିର୍ବାଚନରେ ପରାଜିତ ହୋଇ କଂଗ୍ରେସ ଆହୁରି ଦୁର୍ବଳ ହେବାରେ ଲାଗିଛି । ରାଜ୍ୟ କଂଗ୍ରେସ ନେତୃତ୍ବ ବିରୋଧରେ ପୁଣିଥରେ ଦଳୀୟ ନେତା ବିଦ୍ରୋହ ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 30, 2019, 3:16 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ସହିତ ରାଜ୍ୟ ବିଧାନସଭା ନିର୍ବାଚନର ରାଜ୍ୟରେ କଂଗ୍ରେସ ଏକ ପ୍ରକାର ମୂଳପୋଛ ହୋଇଯାଇଥିଲା । ଦଳର ଏହି ବିପର୍ଯ୍ୟୟରେ ନିଜକୁ ଦାୟୀ କରି ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକ ଦଳରୁ ଇସ୍ତଫା ଦେଇଥିଲେ । ହେଲେ ତାଙ୍କ ଇସ୍ତଫା ଗ୍ରହଣ ନକରି ସଭାପତି ଭାବେ କାର୍ଯ୍ୟ କରିବାକୁ ଏଆଇସିସି ନିର୍ଦ୍ଦେଶ ଦେଇଥିଲା । ଏଆଇସିସିର ଏପରି ନିଷ୍ପତିକୁ ଦଳର ଅନେକ ବରିଷ୍ଠ ନେତା ଗ୍ରହଣ କରିପାରିନଥିଲେ । କେହି କେହି ସିଧା ସଳଖ ସଭାପତିଙ୍କ ବିରୋଧରେ ବିଷୋଦଗାର କରିଥିଲେ କେହି ଅନ୍ୟ ମାଧ୍ୟମରେ ନିରଞ୍ଜନକୁ ବିରୋଧ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଏପରି କି ନିରଞ୍ଜନକୁ ବିରୋଧ କରିବାକୁ ଯାଇ ଦଳର ପୂର୍ବତନ ସାଂସଦ ଅମର ପ୍ରଧାନ ନିରଞ୍ଜନକୁ ଜଣେ ସଫଳ ବ୍ୟବସାୟୀ କିନ୍ତୁ ସଫଳ ରାଜନେତା ନୁହନ୍ତି ବୋଲି କହିଥିଲେ ଏବଂ ଖୋଲାଖୋଲି ଭାବେ ଦଳର ଛାତ୍ର ଶାଖା ଆବାହକ ଥିବା ଇତିଶ ପ୍ରଧାନ ଦଳୀୟ କାର୍ଯ୍ୟାଳୟରେ ନିରଞ୍ଜନକୁ ବିରୋଧ କରି ଏବେ ଚର୍ଚ୍ଚାରେ । ଆଜି ପୁଣିଥରେ ଦଳର ଅନେକ ବରିଷ୍ଠ କନିଷ୍ଠ ନେତା ମିଳିତ ଭାବେ ପାନ୍ଥ ନିବାସ ଠାରେ ଏକାଠି ହୋଇ ନିରଞ୍ଜନଙ୍କୁ ପିସିସି ପଦରୁ ହଟାଇବା ପାଇଁ ଅଣ୍ଟା ଭିଡିଛନ୍ତି ।


ଏକାଠି ହୋଇଥିବା ନେତାମାନେ ଅଭିଯୋଗ କରିଛନ୍ତି ନିରଞ୍ଜନ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲେ । ଦଳରେ ବରିଷ୍ଠ ନେତାଙ୍କୁ ଅବହେଳା କରାଯାଉଛି । ସେ ଦକ୍ଷ ନେତୃତ୍ବ ନେବାରେ ବିଫଳ ବୋଲି ଅଭିଯୋଗ କରିଛନ୍ତି । ତୁରନ୍ତ ତାଙ୍କୁ ହଟାଇ ମହମ୍ମଦ ମୁକିମଙ୍କୁ ସଭାପତି କରିବାକୁ ଦାବି କରିଛନ୍ତି ଏହି ନେତା ମାନେ । ଏହାସହ ନଭେମ୍ବର ପ୍ରଥମ ସପ୍ତାହରେ ଏହି ନେତାମାନେ ଏଆଇସିସିକୁ ସାକ୍ଷାତ କରି ନିରଞ୍ଜନକୁ ହଟାଇବା ପାଇଁ ଦାବି କରିବେ ବୋଲି କହିଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details