ଭୁବନେଶ୍ବର:କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ନେଇ ଉଦବେଗ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି ଯ, ଆଜି ହେଉଛି ଓଡିଶା ପାଇଁ ଏକ ଦୁଃଖଦ ଦିନ । ରାଜ୍ୟ ସରକାର ସୀମା ସୁରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।
କୋଟିଆରେ ଆଜି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ଓଡିଶା ସରକାରଙ୍କ ଖାମଖିଆଲି ନୀତିକୁ ଦର୍ଶାଉଛି ବୋଲି ପିସିସି ସଭାପତି କହିଛନ୍ତି । ସେ ସରକାଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ଆନ୍ଧ୍ର 2 ମାସ ହେବ ନିର୍ବାଚନ ଘୋଷଣା କରାଇଥିବା ବେଳେ ରାଜ୍ୟ ସରକାର କୋଉଠି ସୋଇଥିଲେ ? ସରକାରଙ୍କ ପାଖରେ କୌଣସି ଖବର ନାହିଁ, ଏତେ ବିଳମ୍ବରେ ସୁପ୍ରିମକୋର୍ଟ ଗଲେ କ’ଣ ହେବ ?