ଭୁବନେଶ୍ବର: ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ଶୁଣି ମୁଁ ହତାଶ। ଏହା ଋଣ ବିକ୍ରି ବିଜ୍ଞାପନ। ଏହା କାହାର ଉପକାରରେ ଆସିବ ମୁଁ ଅନୁଭବ କରିପାରୁନି। ଓଡିଶା କଥା ଭିନ୍ନ, କିଛି ମୁଷ୍ଟିମେୟ ରାଜ୍ୟ ଉପକୃତ ହେବେ ବୋଲି ଗତକାଲି ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଉପରେ ମନ୍ତବ୍ୟ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି ।
ସେହିପରି ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ଏଥିରେ ଉପକୃତ ହେବେ । ଓଡିଶା ବିଶେଷ ଉପକୃତ ହେବ ନାହିଁ। ଯେହେତୁ ସର୍ବାଧିକ ପ୍ରବାସୀ ଶ୍ରମିକ ଓଡିଶାର ତେଣୁ ସ୍ବତନ୍ତ୍ର ପ୍ୟାକେଜ ମାଗନ୍ତୁ କେନ୍ଦ୍ରକୁ। ଓଡିଶାରେ ଇପିକଲ ଓ ଏସ ଏଫ ସି(Odisha state Financial corporation) ବନ୍ଦ। କାହିଁକି ବନ୍ଦ ତାର କାରଣ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନିଜେ ଜାଣିପାରିବେ। ଖାଲି ବିବୃତି ଦେଲେ ଯେ ନିଯୁକ୍ତି ବଢିଯିବ ତାହା ଯୁକ୍ତ ଯୁକ୍ତ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି ।