ଓଡିଶା

odisha

ETV Bharat / city

କୋଭିଡ଼ ପରିଚାଳନା; ସରକାରଙ୍କ ମୁଖା ଖୋଲିଲେ ନିରଞ୍ଜନ - କୋଭିଡ କେୟାର ସେଣ୍ଟର ଅବ୍ୟବସ୍ଥା

ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ଓ ସରକାରୀ ଉଦାସୀନତା ସମ୍ପର୍କରେ କେତେକ ତଥ୍ୟ ପ୍ରଦାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ଖବର ପଢନ୍ତୁ...

କୋଭିଡ଼ ପରିଚାଳନା; ସରକାରଙ୍କ ମୁଖା ଖୋଲିଲେ ନିରଞ୍ଜନ
କୋଭିଡ଼ ପରିଚାଳନା; ସରକାରଙ୍କ ମୁଖା ଖୋଲିଲେ ନିରଞ୍ଜନ

By

Published : Aug 3, 2020, 8:36 PM IST

Updated : Aug 3, 2020, 9:08 PM IST

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ଓ ସରକାରୀ ଉଦାସୀନତା ସମ୍ପର୍କରେ କେତେକ ତଥ୍ୟ ପ୍ରଦାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଚରମ ଅବହେଳାର ପ୍ରମାଣ ଦେଇ ସତର୍କ କରାଇଛନ୍ତି।

କୋଭିଡ଼ ପରିଚାଳନା; ସରକାରଙ୍କ ମୁଖା ଖୋଲିଲେ ନିରଞ୍ଜନ
  • ସଂକ୍ରମିତ ଓ ମୃତ୍ୟୁ: ରାଜ୍ୟର ସର୍ବାଧିକ ସଂକ୍ରମଣ ଓ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ଏଯାବତ୍ ଜିଲ୍ଲାରେ 10 ହଜାର 992 ସଂକ୍ରମିତ ଓ 103 ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଜିର ସଂଖ୍ୟା ମିଶାଇଲେ ଆହୁରି ବୃଦ୍ଧି ହେବ। ଏହି ସଂଖ୍ୟା ରାଜ୍ୟର ସର୍ବାଧିକ ।
  • ସର୍ଭେ ଓ ପରୀକ୍ଷା: ସର୍ଭେ ଓ ସଂକ୍ରମିତ ବ୍ୟକ୍ତିମାନଙ୍କ ପରୀକ୍ଷା ଧିମା ହୋଇଛି। ଆଣ୍ଟିଜେନ ଓ ଆଣ୍ଟି ପିସିଆର୍ ଟେଷ୍ଟ କରାଯାଉଛି। ଟେଷ୍ଟ ରିପୋର୍ଟ ସଠିକ ହେଉନି। ଟେଷ୍ଟ ପାଇଁ ମୋବାଇଲ ଗାଡ଼ି ଅଛି। କିନ୍ତୁ ଗ୍ରାମାଞ୍ଚଳରେ ମୋବାଇଲ ଗାଡ଼ି ବୁଲୁନାହିଁ। ଟେଷ୍ଟ ବିଳମ୍ବ ହେଉଛି। ଏଣୁ ବହୁ ଲୋକ ଟେଷ୍ଟ ପୂର୍ବରୁ ଜ୍ବରରେ ପୀଡିତ ହୋଇ କୋଭିଡ ହସ୍ପିଟାଲ୍ ଯିବା ପୂର୍ବରୁ ମୃତ୍ୟୁ ହେଉଛି। ଏଭଳି ଘଟଣା ବହୁ ନଜିର ରହିଛି।
  • କୋଭିଡ ହସ୍ପିଟାଲ୍,କୋଭିଡ କେୟାର ହୋମ୍ ଓ କୋଭିଡ କେୟାର ସେଣ୍ଟର ଅବ୍ୟବସ୍ଥା: ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି। କୋଭି ଫ୍ଲୁ ଇଞ୍ଜେକସନ ଆସିଛି। କିନ୍ତୁ ରୋଗୀଙ୍କୁ ଦିଆଯାଉନହିଁ। ବଜାରରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର ଖାଦ୍ୟ ଦିଆଯାଉଛି। ସୁସ୍ଥ ହେବା ପୂର୍ବରୁ ରୋଗୀଙ୍କୁ ଡିସଚାର୍ଜ କରାଯାଉଛି। ଏଣୁ ସ୍ଥାନୀୟ ପଜିଟିଭଙ୍କ ସଂଖ୍ୟା ବଢ଼ୁଛି। ଜିଲ୍ଲାକୁ 130 ଜଣ ଆୟୁଷ ଡାକ୍ତର ଡେପ୍ୟୁଟେସନରେ ଆସିଥିବା କୁହାଯାଇଛି। କିନ୍ତୁ ରୋଗୀ ସେବା ମିଳୁନି। ମୁଖ୍ୟମନ୍ତ୍ରୀ ଆଜି ଦୁଇଟି ହସ୍ପିଟାଲ୍ ଉଦଘାଟନ କରିବେ। କନିଶି ନିକଟରେ ଅଶ୍ଵିନୀ ହସ୍ପିଟାଲ୍ ସହାୟତାରେ 150 ଶଯ୍ୟା ବିଶିଷ୍ଟ ଅମିତ୍ ହସ୍ପିଟାଲ୍, କିନ୍ତୁ ସେଠାରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ହୋଇନି।
  • ଶବ ସତ୍କାର ଅବ୍ୟବସ୍ଥା: ମୃତ୍ୟୁ ପରେ ମୃତଦେହ ପରିବାରକୁ ଦିଆଯାଉନହିଁ। ଖବର ବି ମିଳୁନି। ଦିନ ଦିନ ଧରି ମୃତଦେହ ପଡିରହୁଛି। ହିନ୍ଦୁ ପରମ୍ପରା ଅନୁସାରେ ସତ୍କାର ହେଉନି। ମାଟି ଖୋଳି ଗାତରେ ପକାଇ କିରାସିନି ଢାଳି ନିଆଁ ଲଗାଇ ଦେଉଛନ୍ତି। ଆମ୍ବୁଲାନ୍ସ ରୋଗୀଙ୍କୁ ହସ୍ପିଟାଲ୍ ନେଉନି। ଜିଲ୍ଲାରେ 104 ଟି ଆମ୍ବୁଲାନ୍ସ ମିଳିଥିବା ପ୍ରଶାସନ କହିଛି। କିନ୍ତୁ ସେବା ମିଳୁନାହିଁ।
  • ପ୍ରବାସୀ ସମସ୍ୟା: ଗଞ୍ଜାମକୁ 2 ଲକ୍ଷ 20 ହଜାର ପ୍ରବାସୀ ଫେରିଛନ୍ତି। ସେମାନଙ୍କୁ କାମ ଦେବେ ବୋଲି ସରକାର କହିଥିଲେ। ମନରେଗା ଯୋଜନାରେ କାମ କରିବାକୁ ଯୋଜନା ନିଆଯାଉଥିବା ଘୋଷଣା ହୋଇଛି। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। କାମ ନମିଳିବାରୁ ପ୍ରବାସୀ ପୁଣି ଫେରିବା ଆରମ୍ଭ କଲେଣି।
  • ଖାଦ୍ୟ ଯୋଜନା: ଲକଡାଉନ ପରେ ଅପ୍ରେଲରୁ ଜୁନ ଯାଏଁ ତିନି ମାସର ରାସନ ଘୋଷଣା ହୋଇଥିଲା। ଏବେ ପୁଣି ଆଉ 5 ମାସର ରାସନ୍ ଦେବେ ବୋଲି କହିଛନ୍ତି। କିନ୍ତୁ ପ୍ରଥମ କିସ୍ତି ରାସନ ଏବେଯାଏଁ ବଣ୍ଟନ ହୋଇନି। ସଙ୍ଗରୋଧ କେନ୍ଦ୍ରରେ ରହି ଫେରିଥିବା ପ୍ରବାସୀଙ୍କୁ 2ହଜାର ଟଙ୍କା ମିଳିନି। କେହି କେହି ହଜାରେ ଟଙ୍କା ପାଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 3, 2020, 9:08 PM IST

ABOUT THE AUTHOR

...view details