ଓଡିଶା

odisha

ETV Bharat / city

ହିଂସା ଉସୁକାଇବା ଘଟଣା: ପ୍ରଦୀପଙ୍କ ସ୍ପଷ୍ଟିକରଣ ପରେ ନିରଞ୍ଜନଙ୍କ ପ୍ରତିକ୍ରିୟା

ପ୍ରଦୀପ ମାଝିଙ୍କ ସ୍ପଷ୍ଟିକରଣ ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ପ୍ରଦୀପ ଭାବପ୍ରବଣ ହୋଇ ଏଭଳି ବୟାନ ଦେଇଛନ୍ତି । ସେଥିପାଇଁ ମୁଁ ଦୁଃଖୀ । କଂଗ୍ରେସ ହିଂସା ନୁହେଁ ଅହିଂସା ନୀତିରେ ବିଶ୍ବାସ କରେ । ଦଳ ଗାନ୍ଧିଜୀଙ୍କ ଆଦର୍ଶରେ ସର୍ବଦା ଅନୁପ୍ରାଣିତ ବୋଲି କହିଛନ୍ତି ନିରଞ୍ଜନ ।

PCC president Niranjana patnaik explanation after pradeep majhi answer the notice
ପ୍ରଦୀପ ମାଝିଙ୍କ ସ୍ପଷ୍ଟିକରଣ ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା

By

Published : Dec 28, 2019, 7:47 PM IST

ଭୁବନେଶ୍ବର: ନବରଙ୍ଗପୁର ବନ୍ଦ ବେଳେ ହିଂସାକୁ ପ୍ରବର୍ତ୍ତାଇଥିବା ଅଭିଯୋଗକୁ ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସ୍ପଷ୍ଟୀକରଣ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ପ୍ରଦୀପ ମାଝିଙ୍କ ସ୍ପଷ୍ଟିକରଣ ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ସେ କହିଛନ୍ତି ଯେ, ପ୍ରଦୀପ ଭାବପ୍ରବଣ ହୋଇ ଏଭଳି ବୟାନ ଦେଇଛନ୍ତି । ସେଥିପାଇଁ ମୁଁ ଦୁଃଖୀ । କଂଗ୍ରେସ ହିଂସା ନୁହେଁ ଅହିଂସା ନୀତିରେ ବିଶ୍ବାସ କରେ । ଗାନ୍ଧିଜୀଙ୍କ ଆଦର୍ଶରେ ସର୍ବଦା ଅନୁପ୍ରେରିତ ଦଳ । ତାହା ହିଁ ମୋ ନୀତି ତାହା ହିଁ ମୋ ଆଦର୍ଶ । ଏହା ସହ ସେ ବିଜେଡି ଏବଂ ବିଜୁ ବାବୁଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି ।

ବିଜେଡି ଦଳ ନୁହେଁ ଆନ୍ଦୋଳନ ବୋଲି କହୁଛନ୍ତି । ବିଜୁବାବୁ ଅନ୍ୟାୟ ଅନୀତି ବିରୋଧରେ ଲଢୁଥିଲେ । ଏପରିକି ନକ୍ସଲ ହେବା ପାଇଁ କହୁଥିଲେ । ଆବଶ୍ୟକ ପଡ଼ିଲେ ସରକାରୀ କଳର ଅଧିକାରୀମାନଙ୍କୁ ଗୋଡେଇ ଗୋଡେଇ ପିଟିବାକୁ ଲୋକମାନଙ୍କୁ କହୁଥିଲେ । ହେଲେ ସେତେବେଳେ ଏମିତି କାର୍ଯ୍ୟାନୁଷ୍ଠାନ ହେଉନଥିଲା । ଆଉ ଏବେ ଏତେ କଠୋର ଦଫାରେ ମାମଲା ରୁଜୁ ହେଉଛି । ପ୍ରଦୀପ ଭାବପ୍ରବଣ ହୋଇ ଏଭଳି ବୟାନ ଦେଇଛନ୍ତି ।

ସୂଚନାନୁସାରେ, 12 ଘଣ୍ଟିଆ ନବରଙ୍ଗପୁର ବନ୍ଦ ବେଳେ ହିଂସାକୁ ପ୍ରବର୍ତ୍ତାଇଥିବା ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏନେଇ ପ୍ରଦୀପ ମାଝୀଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା । ଯାହାର ଜବାବ ରଖିଛନ୍ତି ପ୍ରଦୀପ ମାଝି । ଭାବପ୍ରବଣ ହୋଇ ଏପରି କଥା କହିଥିଲି । କଂଗ୍ରେସ ହିଂସାରେ ବିଶ୍ବାସ କରେନାହିଁ । ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ । କୋରାପୁଟ ଜିଲ୍ଲାରେ ମହିଳାଙ୍କ ପ୍ରତି ବଢିଥିବା ହିଂସା, ଅତ୍ୟାଚାର ଓ ପୋଲିସର ନିଷ୍କ୍ରିୟତା ଏପରି କରିବାକୁ ବାଧ୍ୟ କରିଛି ବୋଲି ପ୍ରଦୀପ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details