ଓଡିଶା

odisha

By

Published : Apr 23, 2020, 10:16 PM IST

ETV Bharat / city

ରାଜ୍ୟ ବାହାରୁ ଶ୍ରମିକ ଫେରିବା ନେଇ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ଟାର୍ଗେଟ

ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ଶ୍ରମିକଙ୍କୁ ବର୍ତ୍ତମାନ ସମୟରେ ଓଡିଶା ଫେରାଇ ଆଣିବା ଏକ ଭୁଲ ନିଷ୍ପତ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

pcc president niranjan pattnaik, niranjan pattnaik, migrant labours to come back odisha, odisha government, lockdown in odisha, ରାଜ୍ୟ ବାହାରୁ ଶ୍ରମିକଙ୍କ ଓଡିଶା ଲେଉଟାଣି, ଓଡିଶା ସରକାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ, ଓଡିଶାରେ ଲକଡାଉନ
ରାଜ୍ୟ ବାହାରୁ ଶ୍ରମିକ ଫେରିବା ନେଇ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ଟାର୍ଗେଟ

ଭୁବନେଶ୍ବର: ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ଶ୍ରମିକଙ୍କୁ ବର୍ତ୍ତମାନ ସମୟରେ ଓଡିଶା ଫେରାଇ ଆଣିବା ଏକ ଭୁଲ ନିଷ୍ପତ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି କି ଲକଡାଉନ ଖୋଲିବା ପରେ ବସ ଓ ଟ୍ରେନରେ ଆସିଲେ କ’ଣ ସଂକ୍ରମଣ ହେବ ନାହିଁ କି ?

ବର୍ତ୍ତମାନ ସମୟରେ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ବଦଳରେ ଯେଉଁଠାରେ ସେମାନେ ଅଛନ୍ତି, ସେଠାରେ ସେମାନଙ୍କୁ ରଖି ଖାଦ୍ୟପେୟର ସୁବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ସେମାନଙ୍କୁ 5 ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉ ବୋଲି ମଧ୍ୟ ନିରଞ୍ଜନ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଥରେ ଶ୍ରମିକମାନେ ଓଡିଶା ଫେରିଲେ ସେମାନଙ୍କ ମଧ୍ୟରୁ ଅଧା ଆଉ ଫେରିବେ ନାହିଁ । ତେବେ ଏଠି ସେମାନେ କରିବେ କ’ଣ ? ଫଳରେ ଏଠି ବି ଚାକିରି ଅଭାବରେ ଆଗକୁ ଅବସ୍ଥା ଆହୁରି ସାଂଘାତିକ ହେବ ।

ରାଜ୍ୟ ବାହାରୁ ଶ୍ରମିକ ଫେରିବା ନେଇ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ଟାର୍ଗେଟ

ତେବେ ଦିଲ୍ଲୀ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟରୁ ଶ୍ରମିକ ଓଡିଶା ଫେରିଲେ ଅବସ୍ଥା କ’ଣ ହେବ କହି ହେବ ନାହିଁ ବୋଲି କହି ଭୟ ପ୍ରକାଶ କରିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details