ଓଡିଶା

odisha

ETV Bharat / city

ଓଡିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ, ଆଚ୍ଛେ ଦିନ କେବେ ଆସିବ ପ୍ରଶ୍ନ କଲେ ନିରଞ୍ଜନ - oil price hike issue

ଦରଦାମ ବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଓଡିଶା ବନ୍ଦକୁ ସମର୍ଥନ ଦେଇଛି କଂଗ୍ରେସ । ମୋଦି ସରକାରକୁ ପ୍ରଶ୍ନ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଲେ କେବେ ଆସିବ ଆଚ୍ଛେ ଦିନ । ଅଧିକ ପଢନ୍ତୁ....

ବାମ ଦଳର ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ, ଆଚ୍ଛେ ଦିନ କେବେ ଆସିବ ପ୍ରଶ୍ନ କଲେ ନିରଞ୍ଜନ
ବାମ ଦଳର ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ, ଆଚ୍ଛେ ଦିନ କେବେ ଆସିବ ପ୍ରଶ୍ନ କଲେ ନିରଞ୍ଜନ

By

Published : Jul 15, 2021, 10:42 PM IST

ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରତିବାଦରେ ବାମ ଦଳ ପକ୍ଷରୁ ଓଡିଶା ବନ୍ଦକୁ ସମର୍ଥନ ଦେଇଛି କଂଗ୍ରେସ । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ ଗୁରୁବାର ୪ ଟି ବାମ ଦଳର ଓଡିଶା ବନ୍ଦ ଡାକରାକୁ ସମର୍ଥନ ଦେଇଛି ରାଜ୍ୟ କଂଗ୍ରେସ । ସକାଳ ୬ ଟାରୁ ଅପରାହ୍ନ ୧୨ ଟା ଯାଏଁ ୬ ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଛି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ବାମ ଦଳର ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ, ଆଚ୍ଛେ ଦିନ କେବେ ଆସିବ ପ୍ରଶ୍ନ କଲେ ନିରଞ୍ଜନ

ରାଜଧାନୀର ବିଭିନ୍ନ ଛକରେ କଂଗ୍ରେସ ବିକ୍ଷୋଭ ପଦର୍ଶନ କରିଛି । ବିଶେଷକରି ୧୫ ତାରିଖରେ ପେଟ୍ରୋଲ ଡିଜେଲ ନକିଣିବାକୁ ପୂର୍ବରୁ କଂଗ୍ରେସ ସାଧାରଣ ଲୋକଙ୍କୁ ନିବେଦନ କରିଥିଲା । ନରେନ୍ଦ୍ର ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରୁଥିଲେ ,ତୈଳ ଦର ବୃଦ୍ଧିକୁ ନେଇ ତତ୍କାଳୀନ ମନମୋହନ ସିଂ ସରକାରକୁ ଦେଶଦ୍ରୋହୀ ବୋଲି କହୁଥିଲେ । ଏବେ ବିଜେପି ଶାସିତ କେନ୍ଦ୍ର ସରକାର, କାହା ପାଇଁ ଏବେ ତୈଳ ଦର ବୃଦ୍ଧି ହୋଇଛି ଓ କିଏ ଦେଶ ଦ୍ରୋହୀ ବୋଲି ସ୍ପଷ୍ଟ କରନ୍ତୁ ବୋଲି କହିଛି କଂଗ୍ରେସ ।

ଅନ୍ତର୍ଜାତୀୟ ବଜାରରେ ଯେତେବେଳେ ଅଶୋଧିତ ତୈଳ ଦର କମ ଥିବାବେଳେ ଆମ ଦେଶରେ ଶହେ ଟପିଲାଣି ଦର । ଦେଶରେ ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କୁ ଟିକସ ଛାଡ଼ କରି ସାଧାରଣ ଲୋକଙ୍କ ଉପରେ ଟିକସ ଲଦି ଦେଇଛି ମୋଦି ସରକାର । ଦେଶର ଆର୍ଥିକ ସ୍ଥିତି ଏବେ ଗୁରୁତର ହୋଇପଡିଛି ତେଣୁ ମୋଦି ଅଛେ ଦିନର ସ୍ବପ୍ନ କେବେ ସାକାର ହେବ ବୋଲି ପିସିସି ସଭାପତି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

ତେବେ ବନ୍ଦ ଅବସରରେ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯାଇଛି । ଖାଲି କେନ୍ଦ୍ର ନୁହେଁ ରାଜ୍ୟ ସରକାର ମଧ୍ୟ ଦରଦାମ ବୃଦ୍ଧି ନେଇ ସମ ପରିମାଣରେ ଦାୟୀ ବୋଲି କହିଛି ଦଳ । ରାଜ୍ୟରେ ବିଜେଡି ସରକାର ତୈଳ ସାମଗ୍ରୀରେ ଭ୍ୟାଟ ଟିକସ କମେଇଲେ ସାଧାରଣ ଲୋକଙ୍କ ଉପରେ ବୋଝ କମିଯାଅନ୍ତା । ଯେଉଁ ପର୍ଯ୍ୟନ୍ତ ତୈଳଦର ନ କମିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଦଳ । ପର୍ବରୁ ମଧ୍ୟ କଂଗ୍ରେସ ତୈଳ ଦର ବୃଦ୍ଧି ପ୍ରତିବାଦରେ ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ ବିକ୍ଷୋଭ ପଦର୍ଶନ ନେଇ ଡାକରା ଦେଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details