ଓଡିଶା

odisha

ETV Bharat / city

କଳାପାହାଡର ଇତିହାସ ପୁନରାବୃତ୍ତି ନହେଉ: ନିରଞ୍ଜନ - ରଥଯାତ୍ରା ବନ୍ଦ

ସର୍ବୋଚ୍ଚ ନ୍ୟାୟାଳୟର ରଥଯାତ୍ରା ବନ୍ଦ କରିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରଖିଲେ ପ୍ରତିକ୍ରିୟା । କହିଲେ ଭୟ ଯୋଗୁଁ ନିଷ୍ପତ୍ତି ନେଇ ପାରିଲେନି ସରକାର । ଅଧିକ ପଢ଼ନ୍ତୁ...

PCC president Niranjan Pattanaik, opinion on SC's stay order on Rath yatra, କଳାପାହାଡର ଇତିହାସ ପୁନରାବୃତି ନହେଉ, ରଥଯାତ୍ରା ବନ୍ଦ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
କଳାପାହାଡର ଇତିହାସ ପୁନରାବୃତି ନହେଉ: ନିରଞ୍ଜନ

By

Published : Jun 20, 2020, 11:02 PM IST

ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କୋରୋନା କାରଣରୁ ଶ୍ରୀକ୍ଷେତ୍ର ପୁରୀରେ ରଥଟଣାକୁ ନେଇ ଏତେ ତୁମ୍ବି ତୋଫାନ କାହିଁକି ଚାଲିଛି । ଯଦି ଆମେ କୋଟି କୋଟି ଭକ୍ତଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଉପରେ ପ୍ରକୃତରେ ବିଶ୍ବାସ କରୁଛେ ସମସ୍ତ କାର୍ଯ୍ୟ ସେଇ ମହାପ୍ରଭୁଙ୍କ ଉପରେ ଛାଡ଼ି ଦିଅନ୍ତୁ, ସେ ନିଷ୍ପତ୍ତି କରିବେ କେଉଁଟା ଭୁଲ କେଉଁଟା ଠିକ । ତାହା ନକରି ଟିଭି ଆଉ ଖବରକାଗଜ ଆଦି ମାନଙ୍କରେ ରଥଯାତ୍ରା ଓ କୋରୋନାକୁ ନେଇ ଯେଉଁ ବାଦବିବାଦ ଚାଲିଛି ତାହା ଠିକ୍ ନୁହେଁ ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି ।

ଆମର ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ଅଛି ଯାହା ହେବ ଠିକ୍ ହେବ । କିନ୍ତୁ ସରକାର ଠିକ ସମୟରେ ନିଷ୍ପତି ନେଇ ପାରିଲେ ନାହିଁ ଯଦି ନେଇଥାନ୍ତେ, ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ସରକାର କାହିଁକି ନିଷ୍ପତ୍ତି ନେବାରେ ବିଳମ୍ବ କଲେ ତାହା ସରକାର ହିଁ ଜାଣିଥିବେ । କିନ୍ତୁ ମୋର ଯାହା ମନହୁଏ ଯେକୌଣସି ସରକାର ଏ ନିଷ୍ପତି ନେବାରେ ଭୟ କରିବେ ଏହି କୋରୋନା ମହାମାରୀ ସମୟରେ । ତେଣୁ ସରକାର ଭୟରେ ବିଳମ୍ବ କଲେ ଏବଂ ନିଷ୍ପତ୍ତି ନେଇପାରିଲେ ନାହିଁ । କାରଣ ଏ ଯେଉଁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ ସେଥିରେ କୋରୋନା ଆକ୍ରାନ୍ତ ବୃଦ୍ଧି ହେବାର ସମ୍ଭାବନ ଅଧିକ ଅଛି ଓ ତାକୁ ସମ୍ଭାଳିବା ମୁସ୍କିଲ ହେବ । ସାରା ଓଡ଼ିଶା କ’ଣ ସାରା ଭାରତବର୍ଷରେ ଭୟାବହ ପରିସ୍ଥିତି ସୃଷ୍ଟି ହେବ । ସେଇ ବଦନାମ ନେବା ପାଇଁ ସରକାର ଚାହିଁଲେନି ବା ସେତିକି ଭୟ ତାଙ୍କ ମନଭିତରୁ ଦୂର ହୋଇପାରିଲା ନାହିଁ ବାହାରେ ଥାଇ କହିବା ବହୁତ ସୁବିଧା ତେଣୁ ନିଶ୍ଚିତ ଭାବେ ସରକାରଙ୍କ ମନରେ ଭୟର ସଞ୍ଚାର ହେଲା ଏବଂ ଭୟ ଜନିତ କାରଣରୁ ସରକାର ଏହା କରିଛନ୍ତି ।

ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଦେଶମତେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି ଏବଂ ଏହାକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ । କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ରଥଯାତ୍ରା ବନ୍ଦକୁ ନେଇ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି । ବାସ୍ତବରେ ରଥଯାତ୍ରା ହେଲେ ମଧ୍ୟ ଲୋକ ଆସିବେ ନାହିଁ ତାର ମୁଖ୍ୟ କାରଣ ହେଉଛି କୋରୋନା ମହାମାରୀ କଟକଣାକୁ ସ୍ବତଃପ୍ରବୃତ ଭାବେ ଜନସାଧାରଣ ମାନି ନେଇଛନ୍ତି । ଏହାର ବଳିଷ୍ଠ ଉଦାହରଣ ହେଉଛି ବସ ଓ ଟ୍ରେନରେ କଟକଣା କୋହଳ ହେବା ସତ୍ବେ ଲୋକଙ୍କ ଯାତାୟତ ସାଧାରଣ ଭାବେ ହେଉନାହିଁ । ସର୍ବସାଧାରଣ ସ୍ଥାନରେ ଲୋକ ଏକାଠି ହେଉନାହାଁନ୍ତି । ଅର୍ଥାତ ସାଧାରଣ ଜନତା ସରକାରଙ୍କ ନିଷ୍ପତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେବେ ତାକୁ ପାଳନ କରିବା ପାଇଁ ଆମେ ବାରମ୍ବାର କହିଛୁ ଓ ମାନିବୁ ମଧ୍ୟ ।

ଯଦି ସ୍ନାନ ପୂର୍ଣ୍ଣିମାକୁ ଅତି ଶୃଙ୍ଖଳାର ସହିତ ସରକାର କରାଇପାରିଲେ ସେହି ପରି ସାରା ଓଡ଼ିଶାକୁ ସଟଡାଉନ ଘୋଷଣା କରି ଭକ୍ତ ଶୂନ୍ୟରେ ପୋଲିସ ଆଉ ସେବାୟତଙ୍କୁ ନିୟୋଜିତ କରି ରଥାଯାତ୍ରା କରାଇ ପାରିଥିଲେ କଳାପାହାଡ଼ର କଳା କାରନାମା ଇତିହାସରେ ଲେଖା ହୁଅନ୍ତା ନାହିଁ, କି ଯେଉଁ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର କଥା କହୁଛନ୍ତି ସେ କଥା ବା ଇତିହାସ ସମାପ୍ତ ହୁଅନ୍ତା ବୋଲି ପିସିସି ସଭାପତି ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details