ଭୁବନେଶ୍ବର: ନିରବତା ପରେ ମୁହଁ ଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପିସିସି ସଭାପତି ।
ଭାଇରାଲ ଭିଡ଼ିଓରେ ପ୍ରଦୀପ ଯାହା କହିଛନ୍ତି ଯଦି ସତ ତାହେଲେ ଏହା ଦୁଃଖଦାୟକ। ଏନେଇ ମୁଁ ସଭାପତି ଭବରେ ଦୁଃଖ ପ୍ରକାଶ କରୁଛି । ତେବେ ଦଳ ଆବଶ୍ୟକ ପଦକ୍ଷେପ ନେବ ବୋଲି ମଧ୍ୟ ଚେତାଇ ଦେଇଛନ୍ତି ନିରଞ୍ଜନ ।