ଓଡିଶା

odisha

By

Published : Oct 31, 2019, 4:38 PM IST

ETV Bharat / city

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ: ମୁହଁ ଖୋଲୁ ନାହାନ୍ତି ମୋକିମ୍

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମେଳି ହେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନିରଞ୍ଜନ । ଏ ସମ୍ପର୍କରେ ସେ ଏଆଇସିସିଙ୍କୁ ଜଣାଇବେ ବୋଲି କହିଛନ୍ତି । ଅନ୍ୟପଟେ ଏ ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ।

pcc issue

ଭୁବନେଶ୍ବର: କଂଗ୍ରେସରେ ବଦଳିବେ କି ପିସିସି ସଭାପତି । ପିସିସି ସଭାପତି ନିରଞ୍ଜନଙ୍କ ପଟ୍ଟନାୟକଙ୍କ ବିରୋଧରେ ମେଳି କରିଛନ୍ତି କଂଗ୍ରେସ କର୍ମୀ । ଅଚାନକ ପିସିସି ସଭାପତି ପରିବର୍ତ୍ତନ ସ୍ବର ଉଠୁଥିବା ଏହାକୁ ନେଇ ମୁହଁ ଖୋଲିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ପିସିସି ସଭାପତି ପରିବର୍ତ୍ତନ ହେବା ପ୍ରସଙ୍ଗ, ମୁହଁ ଖୋଲୁ ନାହାନ୍ତି ମୁକିମ୍

ସେ କହିଛନ୍ତି,ଏ ସମ୍ପର୍କରେ ମୁଁ ଏଆଇସିସିଙ୍କୁ ଜଣାଇବି । ସେମାନେ ଯାହା କାର୍ଯ୍ୟାନୁଷ୍ଠାନ ନେବେ ମୋର କିଛି କହିବାର ନାହିଁ । ଏପଟେ ପିସିସି ସଭାପତି ପାଇଁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାମ ଚର୍ଚ୍ଚାକୁ ଆସିଛି । ଏନେଇ ତାଙ୍କୁ ପଚାରିବାରୁ ସେ କ୍ୟାମେରା ସମ୍ମୁଖରେ ମୁହଁ ଖୋଲି ନାହାନ୍ତି । ଏ ପ୍ରସଙ୍ଗକୁ ଏଡାଇ ଦେଇଛନ୍ତି ।

ଏବେ ପ୍ରଶ୍ନ ଉଠୁଛି, ନେତୃତ୍ବରେ ପରିବର୍ତ୍ତନ ସାଙ୍ଗକୁ ରାଜ୍ୟ କଂଗ୍ରେସର ନବକଳେବର କଥା ଉଠାଇ ଏକାଠି ହୋଇଥିବା ନେତାଙ୍କ ପଛରେ କିଏ ? ନୂଆ ସଭାପତି ପାଇଁ ସର୍ବସମ୍ମତିକ୍ରମେ ଆସିଥିବା ପ୍ରସ୍ତାବରେ ଏକମାତ୍ର ନାଁ ଆସିଲା କିପରି ? ସମସ୍ତେ କେବଳ ମହମ୍ମଦ ମୁକିମଙ୍କ ନାଁ କାହିଁକି ନେଲେ । ଦଳରେ ଆଉ କଣ କେହି ଯୋଗ୍ୟ ନେତା ନାହାନ୍ତି । ଏଭଳି ବୈଠକ ଡାକିବା ପଛର ରହସ୍ୟ କଣ ?

ଏହାପଛରେ ନିଜେ ମହମ୍ମଦ ମୋକିମ ନାହାନ୍ତି ତ ? ଯଦି ନାହାଁନ୍ତି ତେବେ ସ୍ପଷ୍ଟ କରୁ ନାହାନ୍ତି କାହିଁକି? ଗଣମାଧ୍ୟମରେ ମନ୍ତବ୍ୟ ନ ଦେଇ ନିରବ ରହିବା ପଛର କାରଣ କଣ ? ପ୍ରତିକ୍ରିୟା ଦେବା ବଦଳରେ ନିରବ ରହି କି ବାର୍ତା ଦେବାକୁ ଚାହୁଁଛନ୍ତି ସେ । ଅନ୍ୟପକ୍ଷରେ ଗୁରୁବାର ଉଭୟ ସଭାପତି ଓ ମୁକିମ ଏକାଠି ବସିଥିବା ଦୃଶ୍ୟ ଘଟଣାକୁ ନୂଆ ମୋଡ଼ ଦେଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details