ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆସନ୍ତାକାଲି(ଶୁକ୍ରବାର) କଂଗ୍ରେସ ଶାନ୍ତି ପୂର୍ଣ୍ଣ ବନ୍ଦ ଡାକରା ଦେଇଛି ।
ଏନେଇ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସମଗ୍ର ଦେଶରେ ନାରୀ ନିର୍ଯାତନାରେ ଓଡିଶା ସର୍ବାଗ୍ରେ ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ମହିଳା ବିରୋଧୀ ହିଂସା ଦୈନିକ ବୃଦ୍ଧି ପାଉଛି ତେଣୁ କଂଗ୍ରେସର 6 ଘଣ୍ଟିଆ ଓଡିଶା ବନ୍ଦକୁ ସମର୍ଥନ କରିବା ପାଇଁ ଜନ ସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ।