ଓଡିଶା

odisha

By

Published : Nov 12, 2019, 10:07 PM IST

ETV Bharat / city

ନିଜ ଲୋଭ ପାଇଁ ଜୀବଜନ୍ତୁଙ୍କ ଜୀବନ ନିଅନ୍ତୁ ନାହିଁ: ନିରଞ୍ଜନ ପଟ୍ଟନାୟକ

ଲୋଭ ଛାଡି଼ବାକୁ ଲୋକଙ୍କୁ ପିସିସି ସଭାପତିଙ୍କ ଅପିଲ। ଛାଡ଼ଖାଇରେ ଜୀବଜନ୍ତୁ ହତ୍ୟା ନକରିବାକୁ ନିବେଦନ। ଅଧିକ ପଢ଼ନ୍ତୁ...

ନିଜ ଲୋଭ ପାଇଁ ଜୀବଜନ୍ତୁଙ୍କ ଜୀବନ ନିଅନ୍ତୁ ନାହିଁ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ମଙ୍ଗଳବାର ସାରା ରାଜ୍ୟରେ ପାଳିତ ହୋଇଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଗୋଟିଏ ମାସ ଧର୍ମ ପାଳନ ପରେ ବୁଧବାର ସଭିଏଁ ପାଳିବେ ଛାଡ଼ଖାଇ । ତେବେ ଛାଡ଼ଖାଇ ପାଇଁ ରାଜ୍ୟବାସୀଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରିଛନ୍ତି ଭିନ୍ନ ଏକ ଅପିଲ। ନିଜ ଜିଭର ଲାଳସା ପାଇଁ ଜୀବଜନ୍ତୁଙ୍କ ହତ୍ୟା ନକରିବା ପାଇଁ କହିଛନ୍ତି ସେ।

ନିଜ ଲୋଭ ପାଇଁ ଜୀବଜନ୍ତୁଙ୍କ ଜୀବନ ନିଅନ୍ତୁ ନାହିଁ: ନିରଞ୍ଜନ ପଟ୍ଟନାୟକ

ଗୋଟିଏ ମାସ ଧରି ଆମିଷ ଛାଡ଼ିଥିବା ଲୋକେ ବୁଧବାର ଛାଡ଼ଖାଇ ପାଳନ କରିବେ। ତେବେ ଏନେଇ ପିସିସି ସଭାପତି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ସେ ରାଜ୍ୟବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଦେବା ସହ ଛାଡ଼ଖାଇରେ ନିଜ ଜିଭର ଲାଳସା ପାଇଁ ହଜାର ହଜାର ଜୀବ ଜନ୍ତୁଙ୍କୁ ହତ୍ୟା ନକରିବାକୁ ନିବେଦନ କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details