ଭୁବନେଶ୍ବର: ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏହି ଗୁଜବକୁ ଖଣ୍ଡନ କରିଛନ୍ତି ପ୍ରଦୀପ । ଏଥିରେ କୌଣସି ବାସ୍ତବତା ନାହିଁ, ଏହା ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ପ୍ରଦୀପ ।
ଓଡିଶା ରାଜନୀତିରେ ଦଳ ପରିବର୍ତ୍ତନ କିଛି ନୂଆ ନୁହେଁ । ବିଶେଷକରି ନିର୍ବାଚନ ସମୟ ଆସିଲେ ଦଳ ଅଦଳ ବଦଳ ଏକ ନିତିଦିନିଆ ଅଭ୍ୟାସ ପାଲଟିଯାଏ । ତେବେ ଦଳ ପରିବର୍ତ୍ତନକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ଗୁଜବକୁ ହଟାଇଲେ କଂଗ୍ରେସ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । କହିଲେ କଂଗ୍ରେସ ଦଳ ଛାଡି ଅନ୍ୟ ଦଳରେ ମିଶିବା ଏକ ଗୁଜବ।