ଓଡିଶା

odisha

ETV Bharat / city

କଂଗ୍ରେସ ଉପରେ ଦଳୀୟ କର୍ମୀ ଅସନ୍ତୁଷ୍ଟ ମାନିଲେ ଚିରଞ୍ଜୀବ ବିଶ୍ବାଳ

କଂଗ୍ରେସ ଉପରେ ଦଳୀୟ କର୍ମୀ ଅସନ୍ତୁଷ୍ଟ ରହିଛି । କଂଗ୍ରେସ ଗୋଟେ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ବାର୍ତ୍ତା ଠିକ ଯାଉନାହିଁ, ଦଳ ଭିତରେ ବିଭିନ୍ନ କ୍ଷେତ୍ରରେ ଲଢେଇ ଚାଲିଛି । ଅଧିକ ପଢନ୍ତୁ...

pcc executive president chiranjib biswal reaction
କଂଗ୍ରେସ ଉପରେ ଦଳୀୟ କର୍ମୀ ଅସନ୍ତୁଷ୍ଟ ମାନିଲେ ଚିରଞ୍ଜୀବ ବିଶ୍ବାଳ

By

Published : Oct 6, 2021, 9:21 PM IST

ଭୁବନେଶ୍ବର: କଂଗ୍ରେସ ଉପରେ ଦଳୀୟ କର୍ମୀ ଅସନ୍ତୁଷ୍ଟ । ଏହାକୁ ମାନିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ । ଦଳର ନିର୍ଦ୍ଦିଷ୍ଟ ଫୋରମ ଅଛି ସେଠାରେ ଆଲୋଚନା କଲେ ସମାଧାନ ହୋଇପାରିବ ବୋଲି କହିଛନ୍ତି ।

କଂଗ୍ରେସ ଉପରେ ଦଳୀୟ କର୍ମୀ ଅସନ୍ତୁଷ୍ଟ ମାନିଲେ ଚିରଞ୍ଜୀବ ବିଶ୍ବାଳ

ରାଜ୍ୟ କଂଗ୍ରେସ ଉପରେ ଦଳୀୟ କର୍ମୀ ଅସନ୍ତୁଷ୍ଟକୁ ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପିପିଲି ଉପ ନିର୍ବାଚନରେ ଦଳର ଵିପର୍ଯ୍ୟୟ ଘଟିଛି । ଆମେ ଚାରି ହଜାର ଭୋଟ ପାଇଛୁ । କଂଗ୍ରେସର ପରାଜୟ ପରେ କିଛି କର୍ମୀଙ୍କ ମନରେ କ୍ରୋଧ ଆସିଛି ଏବଂ ଏହାର ପ୍ରତିଫଳନ ହୋଇଛି କଂଗ୍ରେସ ଭବନ ସମ୍ମୁଖରେ । କଂଗ୍ରେସ ଗୋଟେ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଆଉ ଚାରି ହଜାର ଭୋଟ ଚାରି ଲକ୍ଷ ଭୋଟ ହେବା ପାଇଁ ବେଶୀ ସମୟ ଲାଗିବ ନାହିଁ । ଉତ୍ସାହ ହରାଇବାର ଅବକାଶ ନାହିଁ । କଂଗ୍ରେସ ଦଳ ତା କର୍ତ୍ତବ୍ୟ କରିଚାଲିଛି । ବାର୍ତ୍ତା ଠିକ ଯାଉନାହିଁ, ଦଳ ଭିତରେ ବିଭିନ୍ନ କ୍ଷେତ୍ରରେ ଲଢେଇ ଚାଲିଛି ।

ଦଳର କୌଣସି ଦୋଷ ତ୍ରୁଟି ରହିଲେ ଏଆଇସିସିର ଅଭିଯୋଗ ଜଣାଇବା ପାଇଁ ଫୋରମ ଅଛି । ପରିବର୍ତ୍ତନ ହେବକି ନ ହେବ ମୁଁ କହି ପାରିବିନି କି ଆପଣ କହି ପାରିବେନି, ସୋନିଆ ଏବଂ ରାହୁଲ ନିଷ୍ପତ୍ତି ନେବେ । ତେଣୁ ଅଭିଯୋଗ ଠିକ ଫୋରମ ଆଗରେ ନ କରି କଂଗ୍ରେସ ଭବନ ଆଗରେ ଗୋଳମାଳ କଲେ କିଛି ଫଳ ହେବ ନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details