ଓଡିଶା

odisha

By

Published : Dec 28, 2021, 9:33 PM IST

ETV Bharat / city

କାଗକ କଲମରେ ଚାଲିଛି ଗରିବୀର ସଂଜ୍ଞା: ନିରଞ୍ଜନ

ନବୀନଙ୍କ ଗରିବୀ ସଂକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ

PCC chief Niranjan Patnaik reaction on naveen poverty
କାଗକ କଲମରେ ଚାଲିଛି ଗରିବୀର ସଂଜ୍ଞା: ନିରଞ୍ଜନ

ଭୁବନେଶ୍ବର:କଂଗ୍ରେସର ୧୩୭ ପ୍ରତିଷ୍ଠା ଦିବସ ଅବସରରେ ନବୀନଙ୍କ ଗରିବୀ ସଂକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଆସନ୍ତା 5 ବର୍ଷରେ ରାଜ୍ୟରୁ 10 ପ୍ରତିଶତ ଗରିବୀ କମିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ପରେ ନବୀନଙ୍କୁ ଅଟହାସ୍ୟ କରିଛନ୍ତି ନିରଞ୍ଜନ।

କାଗକ କଲମରେ ଚାଲିଛି ଗରିବୀର ସଂଜ୍ଞା: ନିରଞ୍ଜନ

ରାଜ୍ୟରେ ଯଦି ଗରିବୀ କମିଛି ତେବେ 89 ଲକ୍ଷ ହିତାଧିକାରୀଙ୍କୁ କଣ ପାଇଁ ଟଙ୍କିକିଆ ଚାଉଳ ଦିଆଯାଉଛି । ଗରିବୀର ସଂଜ୍ଞା କଣ ରହିଛି । ଯଦି 22 ବର୍ଷ ଶାସନ ପରେ ମୁଖ୍ୟମନ୍ତ୍ରୀ କହିବେ ଆଉ 5 ବର୍ଷ ଦରକାର ତେବେ ବିଗତ 22 ବର୍ଷ ହେବ କଣ କରୁଥିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ସରକାର କାଗଜ କଲମରେ ଗୋଟିଏ କଥା କହୁଛନ୍ତି ହେଲେ ବାସ୍ତବ ଚିତ୍ର ପୁରା ଓଲଟା। ରାଜ୍ୟରେ ସ୍ଥିତି ଅତି ଗମ୍ଭୀର ,ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅସ୍ତବ୍ୟସ୍ତ। ବେରୋଜଗାରୀ ,ଆଇନ ଶୃଙ୍ଖଳା ସ୍ଥିତି ଅତ୍ୟନ୍ତ ଶୋଚନୀୟ। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details