ଓଡିଶା

odisha

ETV Bharat / city

ପାଟକୁରା ପଲିଟିକ୍ସ: ତାରାଙ୍କ ବୟାନକୁ ନେଇ ରାଜନୀତି ସରଗରମ - politics

ପାଟକୁରା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତେକି ବଢୁଛି ରାଜନୈତିକ ଉଷ୍ମତା । ଏହି ଗରମ ହାୱା ଭିତରେ ରୁଟି ସେଖିବାକୁ ଯୋଜନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ବାହିନୀପତି ପାଟକୁରାରେ ଉଭୟ ବିଜେଡି ଓ ବିଜେପି ଭିତରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବା କହିଛନ୍ତି । ସେପଟେ ଏହାର ଜବାବ ଦେଇଛନ୍ତି ଉଭୟ ବିଜେଡି ଓ ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 7, 2019, 7:41 PM IST

ଭୁବନେଶ୍ବର : ପାଟକୁରା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତେକି ବଢୁଛି ରାଜନୈତିକ ଉଷ୍ମତା । ଧିରେ ଧିରେ ଗରମ ହେବାରେ ଲାଗିଛି ପଲିଟିକ୍ସ ପାଣିପାଗ । ତେବେ ଏହି ଗରମ ହାୱା ଭିତରେ ରୁଟି ସେଖିବାକୁ ଯୋଜନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ବାହିନୀପତି ପାଟକୁରାରେ ଉଭୟ ବିଜେଡି ଓ ବିଜେପି ଭିତରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବା କହିଛନ୍ତି । ସେପଟେ ଏହାର ଜବାବ ଦେଇଛନ୍ତି ଉଭୟ ବିଜେଡି ଓ ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପାଟକୁରା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନୀପତି ମାରିଲେ ତୀର । ତାରାଙ୍କ ତୀର ଲକ୍ଷରେ ଉଭୟ ବିଜେପି ଓ ବିଜେଡି । ଉଭୟ ଦଳକୁ ଟାର୍ଗେଟ କରି ତାରା କହିଛନ୍ତି, ପାଟକୁରାରେ ବିଜେପି ଓ ବିଜେଡି ଫ୍ରେଣ୍ଡସିପ୍‌ ମ୍ୟାଚ ଖେଳୁଛନ୍ତି । ତାଙ୍କର ଯିଏ ଜିତିଲେ ଚଳିବ । ଉଭୟ ଦଳ ଭିତରେ ମ୍ୟାଚ୍‌ ଫିକ୍ସିଂ ହୋଇଛି ।

ମୋଦି ନବୀନଙ୍କୁ ପ୍ରଶଂସା କରୁଥିବାବେଳେ ନବୀନ ବି ସୁଯୋଗ ଦେଖି ମୋଦିଙ୍କୁ ପ୍ରଶଂସା କରୁଛନ୍ତି । ଲୋକେ ଆଉ ବୋକା ନାହାଁନ୍ତି ତେଣୁ ଠିକ୍‌ ଜବାବ ଦେବେ ବୋଲି ତାରା ଉଲ୍ଲେଖ କରିଛନ୍ତି । ପାଟକୁରାରେ ଏମାନଙ୍କୁ ଭୋଟର ପ୍ରତ୍ୟାଖ୍ୟାନ କରିବେ । କଂଗ୍ରେସ ହିଁ ସେଠାରେ ବିଜୟୀ ହେବେ ବୋଲି ତାରା କହିଛନ୍ତି ।

ସେପଟେ ଏହାର ଜବାବ ଦେଇ ବିଜେଡି କହିଛି, କେନ୍ଦ୍ରାପଡା ଅନେକ ଲଢେଇ ଦେଖିଛି । ଆଉ ସବୁଥିରେ ଲୋକେ ନବୀନ ପଟ୍ଟନାୟକଙ୍କୁ ଭରସାକୁ ନେଇଛନ୍ତି ଚଳିତ ଥର ମଧ୍ୟ ନେବେ । ସେହିପରି କଂଗ୍ରେସ ହତୋତ୍ସାହିତ ହୋଇପଡିଛି ତେଣୁ ଏପରି କହୁଥିବା ବିଜେପି କହିଛି ।

ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details