ଓଡିଶା

odisha

ETV Bharat / city

ରୋଗୀ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଡାକ୍ତରଙ୍କ ଅବହେଳାରୁ ଜଣେ ସାପ କାମୁଡା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଉତ୍ତେଜନା ଦେଖାଯାଇଛି ।

By

Published : Sep 9, 2019, 4:46 PM IST

ଫଠୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପୁଣି ଉତ୍ତେଜନା । ଡାକ୍ତରଙ୍କ ଅବହେଳାରୁ ଜଣେ ସାପ କାମୁଡା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଉତ୍ତେଜନା ଦେଖାଯାଇଛି । ଏହାସହ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଭଳି ମଧ୍ୟ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କ୍ୟାପିଟାଲ ହସ୍ପିଟାଲରେ ଏହା ପ୍ରଥମ ଘଟଣା ନୁହେଁ ଏପରି ବାରମ୍ବାର ଘଟୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ ଏହା ଉପରେ ଅଣଦେଖା କରୁଛନ୍ତି। ରୋଗୀଙ୍କ ପରିବାର ଲୋକ ବାରମ୍ବାର ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତରଙ୍କୁ ଗୁହାରି କରିଥିଲେ ମଧ୍ୟ ଡାକ୍ତର ବାବୁ ଖରାପ ବ୍ୟବହାର କରିବା ସହ ଚିକିତ୍ସାରେ ଅବହେଳା କରିଥିଲେ । ଯେଉଁଥିପାଇଁ ରୋଗୀର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି ।

ସୂଚନା ଅନୁଯାୟୀ, ମୃତ ରୋଗୀ ଜଣକ ହେଲେ ବାଲିଅନ୍ତା ଥାନା ଅଧୀନରେ ଥିବା ବାଲକାଟି ନିକଟସ୍ଥ ଗଣ୍ଡିଲୋ ଗ୍ରାମର ମଙ୍ଗୁଳି ଭୋଇ। ସେ ବିଲରେ କାମ କରୁଥିବା ସମୟରେ ତାଙ୍କୁ ସାପ କାମୁଡିଥିଲା। ଯାହାଫଳରେ ପରିବାରଲୋକେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ଏଠାରେ ତାଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details