ଓଡିଶା

odisha

ଚନ୍ଦ୍ରଯାନ 2: ଅସଫଳ ଲ୍ୟାଣ୍ଡିଂ କିନ୍ତୁ ସଫଳ ଅର୍ବିଟର

By

Published : Sep 8, 2019, 7:15 AM IST

ଚନ୍ଦ୍ରଯାନ-2 ର ସଫଳ ଲ୍ୟାଣ୍ଡିଂ ହୋଇନାହିଁ ସତ ହେଲେ ଏବେ ବି ଅର୍ବିଟର ଭାଗଟି ସଫଳ ହୋଇଛି ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଚନ୍ଦ୍ରଯାନ-2 ଏକ ସଫଳ ଲ୍ୟାଣ୍ଡିଂ ହୋଇନାହିଁ ସତ ହେଲେ ଏବେ ବି ଅର୍ବିଟର ଭାଗଟି ସଫଳ ହୋଇଛି ବୋଲି କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ତେବେ ସେ କହିଛନ୍ତି ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲେ ମଧ୍ୟ ଅର୍ବିଟର ଭାଗଟି ସଫଳ ହୋଇଛି । ଯାହା ଅନ୍ୟ ଦେଶ ତୁଳନାରେ ଆମକୁ ଭଲ ଭାବରେ ଚନ୍ଦ୍ରପୃଷ୍ଠରୁ ଭଲ ମ୍ୟାପ ଦେବ । କାରଣ ସେଥିରେ 8 ଟି ଯନ୍ତ୍ରପାତି ଲାଗିଛି । ଯାହାକି ଇସ୍ରୋକୁ ଗୋଟିଏ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠର ବିଭିନ୍ନ ଫଟୋ ପଠାଇବ ।

ଏଥିସହ ସେ କହିଛନ୍ତି ବର୍ତ୍ତମାନ ଲ୍ୟାଣ୍ଡରର ସ୍ଥିତି କହିବା ଅସମ୍ଭବ । କାରଣ ବୈଜ୍ଞାନିକମାନେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ତ୍ରୁଟି ଜାଣିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି । ମାତ୍ର ପୁଣି ଥରେ ଲ୍ୟାଣ୍ଡର ସହ ଯୋଗାଯୋଗ କରିବା ମଧ୍ୟ କଷ୍ଟ ସାଧ୍ୟ ବୋଲି ସେ କହିଛନ୍ତି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details