ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଲା ଆଇସୋଲେସନ। ଏଣିକି 12 ରାଜ୍ୟରୁ ଫେରିଥବା ଯାତ୍ରୀଙ୍କୁ ଆଇସୋଲେସନରେ ରହିବାକୁ ହେବ। ଏହି ତାଲିକାରେ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ଼, କର୍ଣ୍ଣାଟକ, ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ସାମିଲ ରହିଛନ୍ତି। ଏହି ରାଜ୍ୟରୁ ଫେରିଥିବା ଯାତ୍ରୀଙ୍କୁ 7 ଦିନ ବାଧ୍ୟତାମୂଳକ ହୋମ ଆଇସୋଲେସନରେ ରହିବାକୁ ହେବ। ଏହାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛି।
12 ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ରଖାଯିବ କଡ଼ା ନଜର । କୋଭିଡ୍ ଲକ୍ଷଣ ଥିଲେ ଯାତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବ। ହୋମ ଆଇସୋଲେସନ ବେଳେ ଲକ୍ଷଣ ପ୍ରକାଶ ପାଇଲେ RT-PCR ପରୀକ୍ଷା ହେବ। ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ଼, କର୍ଣ୍ଣାଟକ, ଏବଂ ଆନ୍ଧ୍ରପ୍ରଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ବିମାନବନ୍ଦର ଏବଂ ରେଳ ଷ୍ଟେସନରେ ପହଞ୍ଚିବା ସମୟରେ ସ୍କ୍ରିନିଂ କରାଯିବ। ଲକ୍ଷଣ ଦେଖାଗଲେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ନିଶ୍ଚିତ କରିବାକୁ ପଡିବ ।