ଭୁବନେଶ୍ବର: କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିଟାଲ ପ୍ଲାଟ୍ଫର୍ମ ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ନିର୍ବାଚନ କମିଶନ । ଏଭଳି ନିର୍ଦ୍ଦେଶକୁ ଉଭୟ ବିଜେଡି ଓ କଂଗ୍ରେସ ଦଳ ଏହାକୁ ସ୍ୱାଗତ କରିଛନ୍ତି । ଏହାଦ୍ବାରା ବହୁ ପ୍ରାର୍ଥୀ ଉପକୃତ ହେବେ ବୋଲି କହିଛି କଂଗ୍ରେସ । ସେପଟେ ଦଳକୁ ଏଥିରୁ ଫାଇଦା ମିଳିବ ବୋଲି କହିଛି ବିଜେଡି ।
ଡିଜିଟାଲ ପ୍ଲାଟ୍ଫର୍ମରେ ନିର୍ବାଚନ ପ୍ରଚାରକୁ ନେଇ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ଯେ, "ଏହାଦ୍ବାରା ବହୁ ଗରିବ ପ୍ରାର୍ଥୀ ଉପକୃତ ହେବ । ଯେଉଁମାନଙ୍କ ପାଖରେ ଅର୍ଥ ସମ୍ବଳ ନାହିଁ ସେମାନେ ଆଗକୁ ଆସୁଛନ୍ତି । ସେମାନେ ମଧ୍ୟ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରି ପାରିବେ ଏହାଦ୍ବାରା ପ୍ରତ୍ୟେକ ଦିନର ରାଲି, ଟଙ୍କା ବାଣ୍ଟିବା, ଅସ୍ତ୍ରଶସ୍ତ୍ର ବାଣ୍ଟିବା, ଝଗଡ଼ା ବନ୍ଦ ହେବ । କଂଗ୍ରେସ ଦଳ ଭଲ ପ୍ରାର୍ଥୀ ବା ସାମାଜିକ କର୍ମୀଙ୍କୁ ସରପଞ୍ଚ ଟିକେଟ ଦେଇଛି । କଂଗ୍ରେସ ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ । ତେବେ କଟକଣା କଡ଼ାକଡ଼ି ହେବା ଆବଶ୍ୟକ । ଖାଲି କଟକଣା ଲଗାଇ ଢିଲା ଛାଡ଼ିଦେଲେ ହେବନି । ଏବେ ବି ପ୍ରମୁଖ ରାଜନୈତିକ ଦଳ ସମ୍ମିଳନୀ, ମିଶ୍ରଣ ପର୍ବ ଆୟୋଜନ କରୁଛନ୍ତି ।"