ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ନଦୀରେ କମିବାର ଲାଗିଛି ଜଳପତନ । କିନ୍ତୁ ବ୍ରାହ୍ମଣୀ ନଦାର ଜଳସ୍ତର ବଢୁଥିବାରୁ ପାନପୋଷଠାରେ ବିପଦ ସଂକେତ ତଳେ ନଦୀ ଜଳ ପ୍ରବାହିତ ହେଉଛି। ସେହିପରି ବୈତରଣୀର ଆଖୁଆପଦାଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଜଳ। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପ୍ରଦ ସେଠୀ ।
ବିପଦସଂକେତ 17.83 ଥିବା ବେଳେ ଜଳସ୍ତର 17.60 ମିଟର ରହିଛି। କିନ୍ତୁ ରାତି 9 ଟା ବେଳକୁ ଏହା ବିପଦ ସଂକେତ ଉପରେ ଅତିକ୍ରମ କରିବ ବୋଲି ଚିଠିରେ ଉଲ୍ଲେଖ ରହିଛି । କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୂଚନା ପରେ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ସମସ୍ତ ତଳି ଅଞ୍ଚଳର ଲୋକଙ୍କୁ ପ୍ରସ୍ତୁତ ରହିବା ସହ ସ୍ଥାନାତରିତ କରିବାକୁ ମଧ୍ୟ ନିର୍ଦେଶ ରହିଛି । ସେହିପରି ଆନନ୍ଦପୁର ଠାରେ ମଧ୍ୟ ବୈତରଣୀ ଫୁଲିବାରେ ଲାଗିଛି। ସୁବର୍ଣ୍ଣରେଖାର ଜାମ୍ଶୋଲା ଘାଟ ଓ ରାଜଘାଟ ଠାରେ ବଢୁଛି ଜଳସ୍ତର। ସେପଟେ ଜଳକା ନଦୀ ମଧ୍ୟ ବିପଦସଂକେତ ଉପରେ ଉଛୁଳୁଛି। ନଦୀର ଜଳସ୍ତର 5.50 ମିଟର ଥିବା ବେଳେ ଏବେ 6.47 ମିଟର ରହିଛି।